ଜାତୀୟ ଭଲିବଲ ପ୍ରତିଯୋଗିତାରେ ଭାଗ ନେବେ ମୟୂରଭଞ୍ଜର ନିର୍ମଳା

0

ବାରିପଦା ରୁ ଦିଲ୍ଲୀପ ମହାନ୍ତି -ଅକ୍ଟୋବର ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆନ୍ଦ୍ରପ୍ରଦେଶ ରାଜ୍ୟ ନିଲାଜର୍ଲାର ପଶ୍ଚିମ ଗୋଦାବରୀଠାରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ଜାତୀୟ ବାଳିକା ଭଲିବଲ ପ୍ରତିଯୋଗିତାରେ ଭାଗ ନେବେ ମୟୂରଭଞ୍ଜ ଜିଲା ପାଇକସାହି ଶ୍ରୀଚୈତନ୍ୟଦେବ ବିଦ୍ୟାପୀଠର ଛାତ୍ରୀ ତଥା ଉକ୍ତ ଗ୍ରାମର ବିଶ୍ୱନାଥ ଜେନା ଓ ମମତା ଜେନାଙ୍କ କନ୍ୟା ନିର୍ମଳା ଜେନା । ନିର୍ମଳା ଜିଲାସ୍ତରୀୟ ପ୍ରତିଯୋଗିତାରେ ସ‘ଳତାର ସହିତ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବାରୁ ଚୟନ କମିଟି ତାଙ୍କୁ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଚୟନ କରିଛନ୍ତି । ନିର୍ମଳାଙ୍କ ଏହି ସ‘ଳତା ନିମନ୍ତେ ପାଇକସାହି ଶ୍ରୀଚୈତନ୍ୟଦେବ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାମହରି ପ୍ରମାଣିକ, ଶାରିରୀକ ଶିକ୍ଷା ପ୍ରଶିକ୍ଷକ ଆଶିଷ ଦତ୍ତ, ବିଦ୍ୟାଳୟର ଶିକ୍ଷକ ପ୍ରଦୁ୍ୟମ୍ନ ମହାନ୍ତି, ବନମାଳୀ ବେହେରା, ଶିରିଶ ଚନ୍ଦ୍ର ବାରିକ, ଚିନ୍ତାମଣି ଦାସ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ , ପରିଚାଳନା କମିଟିସ ସଦସ୍ୟ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ମଳାଙ୍କ ସ୍ଫଳଳତା  କାମନା ପୂର୍ବକ ତାଙ୍କୁ ଶୁଭଆର୍ଶୀବାଦ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.