ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କଲେ ଓଏଲଆଇସି  ଅଧ୍ୟକ୍ଷ ଅମରେଶ ପତ୍ରୀ

0

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା,  ୫-ଟି ଆଧାରରେ ଧାର୍ଯ୍ୟ ଲକ୍ଷ୍ୟ ଶୀଘ୍ର ସାରିବାକୁ ଦେଲେ ନିର୍ଦ୍ଦେଶ 

ଭୁବନେଶ୍ୱର :  ଓଡିଶା ଉଠା ଜଳସେଚନ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମୟୂରଭଞ୍ଜ ଜିଲ୍ଲା ଓ.ଏଲ୍.ଆଇ.ସି. ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ସେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ଦାସଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସେଥିରୁ କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଅବଗତ ହେବା ସହିତ କାର୍ଯ୍ୟ ସମୀକ୍ଷା କରିଥିଲେ । ଉଠା ଜଳସେଚନ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ୫-ଟି ଆଧାରରେ ଶୀଘ୍ର ଶେଷ କରିବାକୁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ  ଓ ପରାମର୍ଶ ଦେଇଥିଲେ । ଚାଷୀମାନେ କିପରି ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରୁ ସୁବିଧାସୁଯୋଗ ପାଇ ଅଧିକ ଲାଭବାନ ହେବେ, ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟକରିବାକୁ କହିଥିଲେ । ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କର ଏହି ପରିଦର୍ଶନ ସମୟରେ ଡିଭିଜନର ସହକାରୀ ଯନ୍ତ୍ରୀ ତଥା ଏଷ୍ଟିମେଟର ଇଂ. ପ୍ରଦୀପ କୁମାର ବେହେରା, ସହକାରୀ ଯନ୍ତ୍ରୀ,ଉଦଳା ଇଂ. ଗୋକୁଳାନନ୍ଦ ପାତ୍ର, ସହକାରୀ ଯନ୍ତ୍ରୀ, ବାରିପଦା ଇଂ. ସରୋଜ କୁମାର ନାୟକ, କନିଷ୍ଟ ଯନ୍ତ୍ରୀ (ବିଦ୍ୟୁତ୍),ଉଦଳା ଇଂ. ସୁବ୍ରତ ମହାନ୍ତି, ସହକାରୀ ଯନ୍ତ୍ରୀ ( ମେକାନିକାଲ), ସବ୍ ଡିଭିଜନ , ବାରିପଦା ଇଂ. ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.