ଓଡଗାଁ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଅରୁଣ 

0
  • ବାଘୁଆ ଡ୍ୟାମ, କୁରାଳ ବାଗ୍ଦେବୀ, ଦୁତୀକେଶ୍ୱର ପୀଠରେ ନିର୍ମାଣ ହେବ ମିନି ପାର୍କ

  • ଆଦର୍ଶ ପୁଷ୍କରିଣୀ ନିର୍ମାଣ ସହିତ ଉଦ୍ୟାନ କୃଷି ଓ ବନିକରଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ 

ଓଡ଼ଗାଁ,(ଶ୍ରୀକାନ୍ତ କୁାମାର ମିଶ୍ର) : ଓଡ଼ଗାଁ ବ୍ଲକ ଗସ୍ତରେ ଆସି ନୟାଗଡ଼ ବିଧାୟକ ତଥା କୃଷି, ମତ୍ସ୍ୟ , ପ୍ରାଣୀମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବାଘୁଆ ଡ୍ୟାମ ଠାରେ ଏକ ପଥପ୍ରାନ୍ତ ସମୀକ୍ଷା  ବୈଠକ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ପରିଦର୍ଶନ କରି ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ  ଦେଇଥିଲେ । ବାଘୁଆ ଡ୍ୟାମ, କୁରାଳ ବାଗଦେବୀ ଏବଂ ଦୁତୀକେଶ୍ୱର ପୀଠରେ ମିନିପାର୍କ ନିର୍ମାଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ୩ କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ କୁରାଳ ବାଗଦେବୀ ପୀଠରୁ ସାଧୁସଙ୍ଗ ପର୍ଯ୍ୟଟନ ସ୍ଥଳିକୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏଥି ସହିତ ବାଘୁଆ ଡ୍ୟାମର ଖନନ ଓ କେନାଲ ମରାମତ କାର୍ଯ୍ୟ ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୩ କୋଟି ୬୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଳ ବିଭାଜିକା ଦ୍ୱାରା ବିଭିନ୍ନ ସ୍ଥାନରେ ଆଦର୍ଶ ପୁଷ୍କରିଣୀ ନିର୍ମାଣ ସହିତ ଉଦ୍ୟାନ କୃଷି ଓ ବନିକରଣ ଉପରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱ ଆରୋପ କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  ସିଦେଶ ଚନ୍ଦ୍ର ରାୟ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ  ଚନ୍ଦନ କୁମାର ସାହୁ, ଡିଏଫଓ ଏଚଡି ଧନରାଜ ହନୁମନ୍ତେ,  ଜିଲ୍ଲାପରିଷଦ ସଦଶ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, କ୍ଷୁଦ୍ର  ଜଳସେଚନ ନିର୍ବାହୀଯନ୍ତ୍ରୀ ବିଷ୍ଣୁପଦ କଟାୟତ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ଓଡ଼ଗାଁ ବିଡିଓ ସ୍ୱାତିଲେଖା ଦାସ, ଗ୍ରାମ ଉନ୍ନୟନ ଏବଂ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ, ଉଦ୍ୟାନ ଅଧିକାରୀ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । 

 

 

 

Leave A Reply

Your email address will not be published.