ପ୍ରବିଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଯାପନୀ ଉତ୍ସବରେ ଯୋଗଦେଲେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ

0

ପୁରୀ/ବ୍ରହ୍ମଗିରି(ଶାସକ ପ୍ରଶାସକ) :  ବ୍ରହ୍ମଗିରି ବ୍ଲକର ତଳମାଳ ଗ୍ରାମ ପଂଚାୟତର ୯ମ ପ୍ରବିଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ଉଦଯାପନୀ ଉତ୍ସବରେ  ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କିଭଳି ଆଗାମୀ ଦିନରେ ଏ ଅଞ୍ଚଳର ଖେଳାଳିମାନେ ଭଲ ଖେଳି ଜିଲ୍ଲା ଏବଂ ରାଜ୍ୟସ୍ତରରେ ବ୍ରହ୍ମଗିରି ଅଞ୍ଚଳର ନା ରଖିବେ ସେ  ସମ୍ପର୍କରେ ଆଲୋଚନା କରିଥିଲେ  । ଏହି ସମୟରେ ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟା ମିଲି ବେହେରା, ବ୍ରହ୍ମଗିରି ବ୍ଲକ ଆତ୍ମାର ଅଧ୍ୟକ୍ଷ ଜମ୍ବେଶ୍ୱର ସାହୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ରାଉତ, ସମିତି ସଭ୍ୟ ନିରଞ୍ଜନ ପରିଡା, ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠେଇ ଓ ପୂର୍ବତନ ସରପଞ୍ଚ କୈଲ୍ୟାଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | 

Leave A Reply

Your email address will not be published.