ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନୀଳାଦ୍ରି ଆନୁକୂଲ୍ୟରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ପିଏଚଡି ସ୍ଥିତ ନୀଳାଦ୍ରି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାପଡିଛି। ସକାଳ ୧୦ ଘଟିକା ସମୟରେ ସମାଜସେବୀ ଡକ୍ଟର ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ। ଡାକ୍ତର ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଚମ୍ପୁଆ ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଆଶୀର୍ବାଦ ମହିଳା ସମିତିର ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ନିଳାଦ୍ରୀର ସଭାପତି ଶାନ୍ତନୁ ଦାଶ, ଉପସଭାପତି ଦେବକାନ୍ତ ଦାସ, ସମ୍ପାଦକ କପିଳ ମହାନ୍ତି, ସହ ସମ୍ପାଦକ ଚିତ୍ତରଞ୍ଜନ କର, କୋଷଧକ୍ଷ କବିନ୍ଦ୍ର ରଥ, ବରିଷ୍ଠ ସଦସ୍ୟ ବିଶ୍ଵନାଥ ରଣା, ରାଜକିଶୋର ଦାଶ, ଶିଶିର ମହାନ୍ତି, ପ୍ରମୋଦାନନ୍ଦ କର, ବଳରାମ ମହାନ୍ତି, ସୁବୋଧ ଦାସ, ରଘୁନାଥ ସାହୁ, ରାଜେନ୍ଦ୍ର ପରିଡା, ଚିତ୍ରସେନ ସ୍ୱାଇଁ, ପ୍ରତାପ ମହାରଣା ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.