ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- କୁଚିଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡରିପଥର ଠାରେ ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ କମିଟି ସଭାପତି ଶ୍ରୀ ନରେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ଗଙ୍ଗାଧର ନାଏକ,ମୁଖ୍ୟ ବକ୍ତା ଭାବରେ ସଂଗଠନ ସମ୍ପାଦକ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଓ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ଉପ ସଭାପତି ଶ୍ରୀ ନରେଶ ପଟେଲ ଓ ରାଜ୍ୟ ନିର୍ବାଚନ ଉପାଧ୍ୟକ୍ଷ ଡ. ବିହାରୀ ପଟେଲ ଯୋଗଦେଇ ଯୁଗ ଉପଯୋଗୀ ରଚନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ।ପ୍ରାରମ୍ଭରେ ଶ୍ରୀ ଦଧିଶଙ୍କର ପଟେଲ ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସମାଜ ପାଇଁ ଓ ସାହିତ୍ୟ ସାଧନା ସକାଶେ ଶ୍ରୀ ସୁବାଷ ନାୟକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଏଥି ସହ ନୂତନ କରି ଗଠିତ ମଣ୍ଡଳ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟେଲ,ଉପସଭାପତି ପ୍ରମୋଦ ପଟେଲ,ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ନାୟକ,ମହିଳା ସଭାନେତ୍ରୀ ଜୟନ୍ତୀ ପଟେଲ,ଯୁବ ସଭାପତି ସୁଶୀଳ ନାୟକ,କୋଷାଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ ପଟେଲ ଓ ମହିଳା ସଭ୍ୟା ପିଙ୍କି ନାୟକଙ୍କ ସମାଜର ଅଗ୍ରଗତି ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରାଯାଇଥିଲା ।ଶେଷରେ ସତ୍ୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସହ ସମ୍ପାଦକ ସୁବୋଧ ପଟେଲ ,ଭବାନୀ ନାୟକ,ଡିଲେଶ୍ୱର ନାୟକ ଓ ଅସିତ ପଟେଲ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post