ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଶିଶୁ ସୁରକ୍ଷା କର୍ମଚାରୀ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତିର କର୍ମଚାରୀ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଥିବା ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।

ଏହି ୟୁନିଟ୍ ର କର୍ମଚାରୀ ମାନେ ଶିଶୁ ସୁରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଗତ ୮ ବର୍ଷ ହେଲା ଚୁକ୍ତିଭିତ୍ତିକ କର୍ମଚାରୀ ହିସାବରେ କାର୍ଯ୍ୟ କରି ଆସୁଛନ୍ତି। ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସରକାର ସେମାନଙ୍କୁ ସର୍ବନିମ୍ନ ସୁବିଧା ଯଥା :- (୧) ମୌଳିକ ଦରମା , (୨) ପ୍ରୋଭିଡେଣ୍ଟ ଫଣ୍ଡର ବ୍ୟବସ୍ଥା କରିବା , (୩) ଇନସୁରାନ୍ସରେ ପଞ୍ଜିକରଣ କରିବା , (୪) ବାର୍ଷିକ ଦରମା ବୃଦ୍ଧିରୁ ବଞ୍ଚିତ କରିଛନ୍ତି। ଯାହା ଫଳରେ କି କାର୍ଯ୍ୟରତ ଥିବା କର୍ମଚାରୀ ପ୍ରତି ସମୟରେ ଇସ୍ତଫା ଦେବା ଯୋଗୁଁ ଶିଶୁ ସୁରକ୍ଷା କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଛି।

ସେମାନେ ତାଙ୍କ ଦାବିପତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ସେମାନଙ୍କୁ ନିୟମିତ କରିବା ସହ ଯଦି ସରକାରଙ୍କର ସବୁ ସୁବିଧା ଯୋଗାଇ ଦିଆଯାଇଥାନ୍ତା ତାହାହେଲେ ଶିଶୁ ସୁରକ୍ଷା ପରି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରାଜ୍ୟରେ ଆହୁରି ଅଧିକ କାର୍ଯ୍ୟକ୍ଷମ ହୋଇପାରିଥାନ୍ତା।

ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ୨୦୧୨ ଏବଂ ୨୦୧୩ ରୁ କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ନିୟମିତ ତ ଦୂରର କଥା ସରକାରୀ କର୍ମଚାରୀ ହିସାବରେ ସର୍ବନିମ୍ନ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଇଛି।

Leave A Reply

Your email address will not be published.