କନ୍ଧମାଳ ଇନଫ୍ଲୁଏନସର ଟିମ ପକ୍ଷରୁ ଜିଲ୍ଲାର ପ୍ରଥମ ମଡେଲିଙ୍ଗ ଅଡିସନ

0 2

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କିଚେନନିୟର କନ୍ଫୋରେନସ ହଲ ଠାରେ କନ୍ଧମାଳ ଇନଫ୍ଲୁଏନସର ଟିମ ପକ୍ଷରୁ ଜିଲ୍ଲାର ପ୍ରଥମ ମଡେଲିଙ୍ଗ ଅଡିସନ ଅନୁଷ୍ଠିତ ହୋଇଯାଇଛି I ଅଡିସନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ ଅନ୍ୟ ଜିଲ୍ଲାରୁ ୨୭ ପ୍ରତିଯୋଗୀ ଯୋଗ ଦେଇ ପ୍ରତିଭା ପ୍ରଦର୍ଶନ କରିଥିଲେ I ଏହି ଅଡିସନରେ ରଞ୍ଜିତ ମୁଖୀ, ପୁଜା ପଟ୍ଟନାୟକ, ଦେବାଶିଷ ମଲିକ, ସରୋଜ କୁମାର ନାୟକ ଜଜ ଭାବରେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ I ଆଜିକାର ଏହି ଅଡିସନ କାର୍ଯ୍ୟକ୍ରମକୁ କନ୍ଧମାଳ ଇନଫ୍ଲୁଏନର ଟିମର କର୍ମକର୍ତ୍ତା ବିଜୟ କୁମାର ପ୍ରଧାନ, ବିଭସ ଚରଣ ମଲିକ, ସୌଭାଗ୍ୟ ସଂଗ୍ରାମ ନାୟକ, କିରଣ ପ୍ରଧାନ, ନନ୍ଦ କିଶୋର ପ୍ରଧାନ, ମହମ୍ମଦ ତସିଫ ରାଜା, ସରୋଜ କୁମାର ନାୟକ, ପୁଜା ପଟ୍ଟନାୟକ, ଗ୍ରେସଲୀନ ଦିଗାଲ I କନ୍ଧମାଳ ଇନଫ୍ଲୁଏନସର ଟିମର ଏହି କାର୍ଯ୍ୟକ୍ରମ ଦ୍ୱାରା ଅନେକ ଯୁବ ପ୍ରତିଭା ଆଗକୁ ଯାଇ ପାରିବେ ବୋଲି ଅଞ୍ଚଳରେ ଚର୍ଚ୍ଚା ହୋଇଛି I ଆଗାମୀ ଦିନରେ ମଧ୍ୟ ଯୁବ ପ୍ରତିଭାଙ୍କୁ ଆଗକୁ କଢ଼ାଇ ନେବା ପାଇଁ କନ୍ଧମାଳ ଇନଫ୍ଲୁଏନସର ଟିମ ଚେଷ୍ଟା ଜାରୀ ରଖିବ ବୋଲି ଟିମର ସଦସ୍ୟ ମତପ୍ରକାଶ କରିଛନ୍ତି I

 

Leave A Reply

Your email address will not be published.