ଇସ୍ପାତ୍ ଉତ୍ପାଦନରେ ପିଏଲ୍ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପସମୂହ – ଧର୍ମେନ୍ଦ୍ର ପ୍ରଧାନ

0 2

ଆଇଆଇଏମର  ୭୪ତମ ବାର୍ଷିକ ବୈଷୟିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର – ବିଶେଷ ଭାବରେ ଇସ୍ପାତ୍ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲଆଇ) ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବେଳେ ସ୍ୱଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି ପ୍ରମୁଖ ସଂସ୍କାରର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଶିଳ୍ପ ସମୂହଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦେଶରେ ଏକ ନୂତନ ବେନିର୍ମାଣ ପରିସଂସ୍ଥାନର ବିକାଶ କରିବାକୁ ସେ ଆହ୍ୱାନ କରିଛନ୍ତି ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ(ଆଇଆଇଏମ୍)ର ୭୪ତମ ବାର୍ଷିକ ବୈଷୟିକ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାତବ ପଦାର୍ଥ ଏବଂ ଖଣି କ୍ଷେତ୍ର ଆତ୍ମନିର୍ଭର ଭାରତ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଅଭିବୃଦ୍ଧିର କ୍ଷେତ୍ର ଧାତବ ପଦାର୍ଥ ଏବଂ ଖଣିର ଅପାର କ୍ଷମତା ରହିଥିବା ବେଳେ ଏହା ଅର୍ଥନୀତିକୁ ମଧ୍ୟ ବିକାଶ କରିବାରେ ସହାୟକ ହେବ । ଆତ୍ମନିର୍ଭର ଭାରତ ଏକ ବୃହତ ପରିକଳ୍ପନା ସହ ସଦୃଢ଼ ଭାରତ ନିର୍ମାଣ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏହା କେବଳ ଦେଶବାସୀଙ୍କ ଆବଶ୍ୟକତା ତଥା ଚାହିଦାକୁ ପୂରଣ କରିବନି ବରଂ ‘ବସୁଧୈବ କୁଟୁମ୍ବକମ୍’ ବିଚାରରେ ବିଶ୍ୱ ସମୁଦାୟର ଆକାଂକ୍ଷାକୁ ମଧ୍ୟ ପୂରଣ କରିପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଗଣତନ୍ତ୍ରର ମନ୍ଦିରରେ ସମ୍ପତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା କଥା କହିଛନ୍ତି । ଯଦି ଶିଳ୍ପ ସମୂହ, ସରକାର ଏବଂ ଶିକ୍ଷାନୁଷ୍ଠାନ  ଗୁଡ଼ିକ ସମାଜ ଓ ଦେଶର ଉନ୍ନତି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବେ ତେବେ ଆମେ ନିଶ୍ଚିତ ଭାବରେ ଆତ୍ମନିର୍ଭର ଭାରତର ଦୂରଦୃଷ୍ଟିକୁ ସଠିକ୍ ଭାବରେ ଅନୁଧ୍ୟାନ କରିପାରିବା । ସେ କହିଛନ୍ତି ଯେ ଭାରତରେ ଅପାର ସମ୍ଭାବନା ରହିଛି । ଦେଶରେ ଥିବା ପ୍ରାକୃତିକ ସମ୍ପଦର ଅଧିକାରୀ ଏଠାକାର ନାଗରିକମାନେ  । ତେଣୁ ଏହି ପ୍ରାକୃତିକ ସମ୍ପଦର ଆବଂଟନ ପାଇଁ ସ୍ୱଚ୍ଛ ଓ ମେକାନିଜମ୍ ଆଧାରକୁ ଆମେ ଗ୍ରହଣ କରିଛୁ । 

ଚଳିତ ସାଧାରଣ ବଜେଟରେ ଭବିଷ୍ୟତ ପାଇଁ ଭିତିଭୂମି ସୃଷ୍ଟି ନିମନ୍ତେ ସରକାର ପ୍ରାଧାନ୍ୟ ଦେଇଥିବା ବେଳେ ଏହା ଦ୍ୱାରା ଆଗାମୀ ଦିନରେ ଇସ୍ପାତର ଚାହିଦା ବୃଦ୍ଧି ପାଇବ । ରେଳ, ସଡ଼କପଥ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ପରି କ୍ଷେତ୍ର ଗୁଡିକରେ ଇସ୍ପାତର କ୍ଷମତା ବୃଦ୍ଧି ପାଇବାର ସମ୍ଭାବନା ରଖିଛି  ।

ଧାତବ ଇଞ୍ଜିନିୟରିଂ ଏବଂ ଇସ୍ପାତ କ୍ଷେତ୍ର ପାଇଁ ମାନବ ସମ୍ବଳର ବିକାଶ ପାଇଁ ବିଶ୍ୱସ୍ତରୀୟ ସୁବିଧା ସୃଷ୍ଟି କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି । ଆଇଆଇଟିରେ ପ୍ରତିଷ୍ଠା  ହେବାକୁ ସେଂଟର ଅଫ୍ ଏକ୍ସଲେନ୍ସକୁ ମଞ୍ଜୁରି ଦିଆଯାଇଛି । ଦେଶର ଗୁରୁତ୍ୱପୂର୍ଣ୍ଣ ଲୁହା ଏବଂ ଇସ୍ପାତ କ୍ଷେତ୍ରର ଯୁଗ୍ମ ସହଯୋଗୀ ଗବେଷଣା ପ୍ରକଳ୍ପ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦେ୍ଧଶ୍ୟରେ ଇସ୍ପାତ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ମିଶନ ଗଠନ କରାଯାଇଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.