ବୁଗୁଡା:(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ଗ୍ରାମରେ ଏକ ବାଲ୍ୟ ବିବାହକୁ ରବିବାର ଦିନ ରୋକିଛନ୍ତି ପୋଲସରା ଓ ବୁଗୁଡା ବ୍ଲକ ଓ ଥାନାର ପ୍ରଶାସକ ବୃନ୍ଦ। ବୁଗୁଡା ବ୍ଲକ/ଥାନା ପକ୍ଷରୁ ବାଲ୍ୟ ବିବାହ ଖବର ପାଇ ବେତାରସିଂ ଗ୍ରାମର ଯୋଗୀ ବେହେରାଙ୍କ ଘରେ ପହଞ୍ଚି ଥିଲେ ମଧ୍ୟ ନିଜ ନାବାଳିକା ଝିଅକୁ ପରିବାର ଲୋକଙ୍କ ପକ୍ଷରୁ କୌଶଳ କ୍ରମେ ଢୁଙ୍କାପଡା ଗ୍ରାମର ଉପେନ୍ଦ୍ର ବେହେରାଙ୍କ ପୁଅକୁ ବିବାହ ଲାଗି ପଠେଇ ଦେଇଥିଲେ। ଉକ୍ତ ଖବର ବୁଗୁଡ଼ା ସିଡ଼ିପିଓ ରଞ୍ଜିତା ତ୍ରିପାଠୀ, ପରିଦର୍ଶିକା ତ୍ରିପୁରା ମୋହିନୀ ଦାସଙ୍କ ପାଖରେ ପହଞ୍ଚିବା ପରେ ବାଲ୍ୟ ବିବାହ ବିଷୟରେ ସଠିକ ଖବର ସଂଗ୍ରହ କରି ପୋଲସରା ସିଡ଼ିପିଓ କୁନ୍ତଳା ନାୟକ ଙ୍କୁ ଖବର ଦେଇଥିଲେ। ପୋଲସରା ସିଡ଼ିପିଓ ଓ ପୋଲସରା ପୋଲିସ ଏଏସଆଇ ପୁରୁଷୋତ୍ତମ ମାଝୀ ଢୁଙ୍କାପଡ଼ା ଗ୍ରାମର ଉପେନ୍ଦ୍ର ବେହେରାଙ୍କ ଘରେ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିବା ସହ ପୁଅର ପିତା ଉପେନ୍ଦ୍ରଙ୍କ ଠାରୁ ଲିଖିତ ସ୍ୱୀକାର ପତ୍ର ଆଣି ନାବାଳିକା ଝିଅକୁ ପରିବାରର ସହଯୋଗରେ ବେତାରସିଂ ଗ୍ରାମକୁ ଫେରାଇ ଝିଅଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
Sign in
Sign in
Recover your password.
A password will be e-mailed to you.