ପ୍ରସିଦ୍ଧ  ମହାଶିବରାତ୍ରି ମେଳା ଉପରେ ଲାଗିଲା ଅଙ୍କୁଶ

0 2

ଚଳିତ ବର୍ଷ ମେଳାକୁ ବାରଣ କଳା ପ୍ରଶାସନ।

ଟିଟିଲାଗଡ,  (ଗୌରବ ଦର୍ଜୀ )-ମହାମାରୀ କରୋନା କୁ ଆଖି ଆଗରେ ରଖି ଆଜି ଟିଟିଲାଗଡ ପ୍ରଶାସନ ଦାଧି ବାମନ ଟ୍ରଷ୍ଟ , ବ୍ରାହ୍ମଣ ସମାଜ, ଆଇନଜୀବି , ସ୍ୱେଚ୍ଛ ସେବୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ କୁ ନେଇ କୁମୁଡ଼ା ପାହାଡ଼ ରେ ପାଳିତ ହୋଇ ଆସୁଥିବା ମହା ଶିବରାତ୍ରି ମେଳା ଉପରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲା। ଟିଟିଲାଗଡ ପୌରପରିଷଦ ସଭାଗୃହ ରେ ଆୟୋଜିତ ହୋଇଥିବା ଏହି ବୈଠକ ରେ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ଟ୍ରଷ୍ଟ ର ଅସ୍ଥାୟୀ କାର୍ଯ୍ୟକାରୀ ସଭାପତି ସୋମେଶ ଉପାଧ୍ୟାୟ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବୈଠକରେ ମହାମାରୀ କରୋନା କୁ ନେଇ ଶିବରାତ୍ରି ମେଳା ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।  ଚଳିତ ବର୍ଷ କୁମୁଡା ପାହାଡ଼ ପାଦଦେଶର ମହାଶିବରାତ୍ରି ମେଳା ଆୟୋଜନ ନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। କୁମୁଡ଼ା ପାହାଡ଼ ରେ ରହିଥିବା ବାବା ଧବଳେଶ୍ଵର ଶିବ ମନ୍ଦିର ରେ ମହା ଶିବରାତ୍ରି ଉପରେ ଯଥା ରୀତିନୀତି ଏବଂ ନିଶିକନ୍ତି ଉପରେ ପୂଜା ପାଠ , ହୋମ ଯଜ୍ଞ ପୂର୍ବ ଭଳି ଜାରି ରହିବ। ଏହି ପୂଜା ବିଧିରେ ହୋମ ଯଜ୍ଞ  , ଶିବ ସ୍ମୃତି ଚାରଣ, ତଥା ଚଣ୍ଡୀପାଠ ପରମ୍ପରା ଅନୁଯାୟୀ ଟ୍ରଷ୍ଟ ର ସଦସ୍ୟ ଏବଂ ପୂଜା କମିଟି ମାଧ୍ୟମରେ ସମ୍ପାଦନ ହେବ। ପୂର୍ବଭଳି ସାତ ଦିନ ଧରି ନାମ ଯଜ୍ଞ ବଦଳରେ ଚଳିତ ବର୍ଷ କେବଳ ଗୋଟିଏ ଦିନ ଅଷ୍ଟ ପ୍ରହରୀ ନାମ ଯଜ୍ଞ କରିବାକୁ ସ୍ଥିର କରାଯାଇଛି। ମହା ଶିବରାତ୍ରୀ ମେଳା କୁ ଆଖି ଆଗରେ ରଖି ମେଳା ପରିସର କୁ ଭକ୍ତ ମାନଙ୍କ ପ୍ରବେଶ କୁ ନିଷେଧ କରିବା ପାଇଁ ୧୪୪ ଧାରା ଲାଗୁ କରିବାପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜାଗର ଯାତ୍ରା ରେ ମାନସିକଧାରୀ ତଥା ବ୍ରତଧାରୀ ମାନଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଭକ୍ତ ମାନେ ନିଜ ନିଜ ଘର ସମ୍ମୁଖରେ ଦୀପ ଜାଳି ଜାଗର ଯାତ୍ରା କୁ ସମାପନ କରିବାପାଇଁ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଜନସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି।  ହେଲେ ଚଳିତ ବର୍ଷ ମହାମାରୀ କରୋନା ର ଦ୍ଵିତୀୟ ଲହରୀ ଏହି ମହାନ୍ ଐତିହାସିକ  ପରମ୍ପରା ଉପରେ ଅଙ୍କୁଶ ଲଗାଇଛି। ଆଜି ଏମିତି ଅନେକ ବିଷୟ ଆଲୋଚନା ଏବଂ ପର୍ଯ୍ୟାଲୋଚନ ରେ ସାମ୍ନା କୁ ଆସିଥିଲା। କରୋନା ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ କୁ ରୋକିବା ପାଇଁ ପ୍ରଶାସନ ର ଆଗୁଆ ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରିଛନ୍ତି। ଆଜିର ଏହି ପ୍ରସ୍ତୁତି ବୈଠକ ରେ ମତବ୍ୟକ୍ତ କରିଥିବା ଜନସାଧାରଣଙ୍କ ମଧ୍ୟରୁ ବରିଷ୍ଠ ଆଇନଜୀବି ରାଧାକାନ୍ତ ପାଢ଼ୀ, ଆଇନଜୀବି ପଙ୍କଜ ପାଢ଼ୀ, ଆଇନଜୀବି ରଞ୍ଜିତ ପୃଷ୍ଟି, ଭାଜପା ର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ନଗର କଂଗ୍ରେସ୍ ର ସଭାପତି ପ୍ରଭାସ ବହିଦାର, ଟ୍ରଷ୍ଟି ଭବାନୀ ଶଙ୍କର ହୋତା, ଟ୍ରଷ୍ଟି ତଥା ଆଇନଜୀବି ସଞ୍ଜୀବ କୁମାର ପାଢ଼ୀ, ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ରନାଥ ଶତପଥୀ, ବିଦ୍ୟୁତ୍ ବିଭାଗ ର ସହକାରୀ ଯନ୍ତ୍ରୀ ବିବେକାନନ୍ଦ ଦିକ୍ଷୀତ , ଅଗ୍ନିଶମ ବିଭାଗ ର ଅଧିକାରୀ , ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ବଗର୍ତ୍ତୀ, ବୃନ୍ଦାବନ ପାଢ଼ୀ, ଜନସ୍ବାସ୍ଥ୍ୟ ବିଭାଗ ର ଅଧିକାରୀ , ବଣିକ ସଂଘ ର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ପ୍ରେମଚନ ଜୈନ, ପ୍ରମୋଦ ପ୍ରଧାନ, ଅରୁଣ ମିଶ୍ର  ପ୍ରମୁଖ ଉପସ୍ଥିତ ରହିଥିଲେ। ଟିଟିଲାଗଡ ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ବିଭାଗର ଅଧିକାରୀ ମନୋଜ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.