ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

0 2

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍ଷ୍ଟି କରିବା ଦିଗରେ ତତ୍ପରତା  ଦେଖାଇଆସିଛି । ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି ରେଡିଓ ।
କରୋନା ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରବାସୀ ଶ୍ରମିକମାନଙ୍କର ସାହାଯ୍ୟ ଓ ଥଇଥାନ୍ ନିମନ୍ତେ “ନୂଆ ସକାଳର କଥା” ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋଆ ରେଡିଓ କାର୍ଯ୍ୟରତ ।

ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପୋଷ୍ୟ ଭାବେ ଗୃହୀତ ୪ଟି ଗ୍ରାମ ଯଥା ଶିମୁଳି ପାଟଣା, ପଥରଗାଡିଆ, ସୁନ୍ଦରପୁର ଓ ବାରମାଣ ଗ୍ରାମକୁ ଯାଇ ସୋଆ ରେଡିଓ ପକ୍ଷରୁ ଜବ୍ କାର୍ଡ ଥିବା ଗ୍ରାମବାସୀମାନେ କିପରି ଏମଜିନରେଗା  ସ୍କିମ୍ ଦ୍ୱାରା ୧୦୦ ଦିନର କାମ ପାଇପାରିବେ ସେଥିପାଇଁ ଲୋକଙ୍କୁ ଅବଗତ କରାଇଛି । ଅଣକୁଶଳୀ ଫର୍ମ ପୂରଣ କରିବା ସହିତ ଯେଉଁମାନଙ୍କର ଜବ୍ କାର୍ଡ ନାହିଁ ସେମାନେ ନୂଆ କାର୍ଡ ଆବେଦନ ନିମନ୍ତେ ଫର୍ମ ପୂରଣ କରିପାରିଛନ୍ତି । ଚନ୍ଦକା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସମାଜସେବୀ ଶ୍ରୀ ବିରଜା ପ୍ରସାଦ ସାମନ୍ତରାୟ ତଥା ୱାର୍ଡ ମେମ୍ବରମାନେ ଏଥିରେ ସହାୟତା କରିଥିଲେ । ଏଥି ସହିତ ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଲୋକେ କିପରି କୋଭିଡ ସମୟରେ ଅପପ୍ରଚାରର ଶିକାର ହେବାରୁ ଦୂରରେଇ ରହିବେ ସେ ବିଷୟରେ କୁହାଯାଇଥିଲା । କୋଭିଡ ସଚେତନତା ନିମନ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ଧୋଇବା ପଦ୍ଧତି ସହ ସାମାଜିକ ଦୂରତ୍ୱ ରକ୍ଷାର ମହତ୍ୱ ବୁଝାଇ ଦିଆଯାଇଥିଲା ।

କରୋନା ସମୟରେ ଘରୋଇ ହିଂସା, ଶିଶୁ ଓ ନାରୀ ନିର୍ଯାତନା, ବୟସ୍କ, ପ୍ରସୂତି ତଥା ଶିଶୁ ଅବହେଳା ତଥା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା କିପରି ସାମାଜିକ ଜୀବନକୁ ପ୍ରଭାବିତ କରୁଛି ସେଥିପ୍ରତି ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ସବୁ ଅନୈତିକ କାର୍ଯ୍ୟରେ କିପରି ରୋକ ଲାଗିପାରିବ ସେଥିପାଇଁ ସ୍ଥାନୀୟ ପ୍ରଶାସନ, ମହିଳା ଲିଗାଲ୍ ସେଲ୍ ନିର୍ଦ୍ଦେଶକ  ତଥା ଭିଜିଲାନ୍ସ କମିଟିର ସଦସ୍ୟା ଶୀମତୀ ଜୟଶ୍ରୀ ମହାପାତ୍ର, ଷ୍ଟେଟ୍ କମିଶନର ଫର୍ ପର୍ସନ୍ସ ୱିଥ୍ ଡିଜ୍ଆବିଲିଟିସର  ଶ୍ରୀମତୀ ସୁଲୋଚନା ଦାସ, ସୋଆ ଲ ଫ୍ୟାକଲ୍ଟିର ଆସୋସିଏଟ୍ ପ୍ରଫେସର ଡ. ମଧୁବ୍ରତା ମହାନ୍ତି, ଚନ୍ଦକା ଗ୍ରାମପଂଚାୟତର ସରପଂଚ ଶ୍ରୀମତୀ ରାଜଶ୍ରୀ ସାମନ୍ତରାୟ ଏବଂ ସମାଜସେବୀ ଶ୍ରୀ ସାମନ୍ତରାୟଙ୍କୁ ନେଇ ରେଡିଓ ଇଂଟରଆକ୍ଟିଭ୍ ସେସନ୍ ମଧ୍ୟ ଅନୁଷ୍ଠିତ  ହୋଇଥିଲା ।

Leave A Reply

Your email address will not be published.