ମାଲକାନଗିରି- (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ କ୍ରମେ ତୃଣମୂଳ ସ୍ତରର ବାସ୍ତବିକ ସ୍ଥିତି ପରଖିବା ପାଇଁ କୁଡୁମୁଲୁଗୁମ୍ମା ବ୍ଳକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେଂଦ୍ର ସଂଯୋଜକ ଅଞନ ଚୌଧୁରୀ, ସିଆର୍ ସିସି ପିତାମ୍ବର ଖରା ଓ ଅନ୍ୟାନ୍ୟ ଶିକ୍ଷକ ମାନଙ୍କୁ ନେଇ ଏକ ଅନୁସନ୍ଧାନୀ ଦଳ ଗତ ବହୁ ଚର୍ଚ୍ଚିତ ଜୁମଡ଼ାଙ୍ଗ ଗ୍ରାମକୁ ଗ୍ରସ୍ତ କରିଥିଲେ । ବିଭିନ୍ନ ସମୟରେ ପଡୋଶୀ ଆନ୍ଧ୍ର ପ୍ରଦେଶର ସର୍ବାଧିକ ପ୍ରଭାବ ଏହି ଅଞ୍ଚଳରେ ରହିଛି । ଗ୍ରାମ ରେ ୨୫ ଟି କନ୍ଧ ସମ୍ପ୍ରଦାୟ ପରିବାର ବାସ କରନ୍ତି ଓ କୁଇ ଭାଷାରେ କଥାବାର୍ତ୍ତା କରନ୍ତି । କିନ୍ତୁ ଯେହେତୁ ସେମାନଙ୍କର ଶରୀର ଓଡିଶା ଓ ହୃଦୟ ଆନ୍ଧ୍ରରେ ଅଛି ତେଣୁ ତେଲୁଗୁରେ କଥାବାର୍ତ୍ତା ବି ହୁଅନ୍ତି । ଗ୍ରାଉଣ୍ଡ ଜିରୋ ର ରିପୋର୍ଟ ଅନୁଯାୟୀ ଦଶଜଣ ଛାତ୍ର ଛାତ୍ରୀ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର କୌଣସି ଏକ ହଷ୍ଟେଲରେ ରହି ଚତୁର୍ଥ ପଞ୍ଚମ ପଢିଛନ୍ତି । ଅନ୍ୟମାନେ ନିରକ୍ଷର ଅଟନ୍ତି | ଯେହେତୁ ସେହି ଗ୍ରାମରେ ବିଦ୍ୟାଳୟର ବ୍ୟବସ୍ଥା ନାହିଁ | ଏଣୁ ଛାତ୍ର ଛାତ୍ରୀମାନେ ଦୂର ବିଦ୍ୟାଳୟକୁ ଯାଇ ପଢିବାକୁ ଚାହୁଁ ନାହାନ୍ତି କିମ୍ବା ଅଭିଭାବକ ମାନେ ଛାଡିବାକୁ ଚାହୁଁନାହାନ୍ତି । ଏଇମିତିରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଆଖି ଦୃଶିଆ ଯୋଜନାରେ ଲୋକେ ଯୋଡିହେବା ସହ ଉଭୟ ପ୍ରଦେଶର ଲାଭ ନେଉଛନ୍ତି । ଉଚ୍ଚ ପାହାଡ ଉପରେ ଅବସ୍ଥିତ ଜୁମ୍ ଡାଂଗ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ । ଫଳରେ ଲୋକେ ଓଡିଶା ଅପେକ୍ଷା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଯାଗାକୁ ଅତି ସହଜରେ ଯିବା ଆସିବା କରୁଛନ୍ତି ଓ ଦୈନଦିନ ଚଳଣି ନିମନ୍ତେ ତେଲ ଲୁଣ ସଂଗ୍ରହ କରୁଛନ୍ତି । କୋଟିଆ ଭଳି ଏଠିକାର ଲୋକ ମାନଙ୍କ ଜୀବନ ବଡ ଦୁର୍ବିସହରେ କଟୁଛି । ତେଣୁ ରାଜ୍ୟ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ନେବାକୁ ଜରୁରୀ ହୋଇ ପଡିଛି ।ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ, ଜଂଗଲ ଜମି ପଟ୍ଟା,ବିଜୁ ପକ୍କା ଘର ନିର୍ମାଣ ଏସବୁ ଏହି ଅଞ୍ଚଳରେ କାର୍ଯ୍ୟକାରୀ କରାଗଲେ ଲୋକେ ଆଉ ଆଉ ଆନ୍ଧ୍ର ମୁହାଁ ହୁଅନ୍ତେ ନାହିଁ । ତେବେ ଜଣେ ମହିଳା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀ ଏତେ ଉଚ୍ଚ ପାହାଡ କୁ ଚଢି ତୃଣମୂଳ ସ୍ତରରେ ଶିକ୍ଷା ସ୍ଥିତି ଅନୁଧ୍ୟାନ କରିବାକୁ ଯାଇ ଥିବାରୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ କଣ ସବୁ ପଦକ୍ଷେପ ନେଇ ଆନ୍ଧ୍ର ମୁହାଁ ହେଉଥିବା ଜୁମ୍ ଡାଂଗ ଗ୍ରାମବାସୀ କଂ ହୃଦୟ କୁ ଜିତୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post