” ଭାଷା ମୋ ଓଡ଼ିଆ–ସବୁଠୁ ବଢିଆ” : ମା’ମାଟି ମାତୃଭାଷାର ବିକାଶ ହିଁ ଶୃଙ୍ଖଳିତ ସଂସ୍କୃତି

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୧ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ଭରଚ୍ୟୁଅଲ୍ ମାଧ୍ୟମରେ “ବିଶ୍ୱ ମାତୃଭାଷା ଦିବସ” ପାଳନ କରାଯାଇଛି। 

ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ନିଜ ଭାଷା ମା’ର ସମ୍ମାନ ନେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଭାଷା ଗୁଡିକୁ ମାଉଁସୀର ସମ୍ମାନ ଦେବା ବିଧେୟ କହିଥିଲେ। ତେଣୁ ୧୯୫୪ ରୁ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଆଣିବାରେ ଚେଷ୍ଟା ଅବିରତ ଥିଲେ ସୁଦ୍ଧା ମାନସିକତାର ଅଭାବରୁ ତାହା ଆଜିଯାଏଁ ସଫଳ ହେବାରେ ବ୍ୟର୍ଥ ହୋଇଛି ବୋଲି କହିଥିଲେ। ତେଣୁ ଅନ୍ୟକୁ କହିବା , ଶିଖାଇବା , ବୁଝାଇବା ଅପେକ୍ଷା ନିଜେ ନିଜକୁ ଓଡିଆମୀର ପରିଚିୟ ପାଇଁ ଭାଷାକୁ ବିଶେଷ କରି ମାତୃଭାଷା ଓଡିଆକୁ ସମ୍ମାନ ଦେବା ବିଧେୟ। ଭାଷା ମୋ ଓଡ଼ିଆ–ସବୁଠୁ ବଢିଆ” ଏଭାବ ନେଇ ଆମେ ମା’ ମାଟି ମାତୃଭୂମିକୁ ଶୃଙ୍ଖଳିତ ସଂସ୍କୃତିରେ ବାନ୍ଧିବା ଦରକାର।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସହଯୋଗୀ ଶ୍ରୀ ୱାଇ. ଶିବ କୁମାର ପ୍ରୋଜେକ୍ଟ ମାଧ୍ୟମରେ ମାତୃଭାଷା ସମ୍ପର୍କରେ ବୁଝାଇଥିଲେ। ମମତା ଦାସ , କବିତା ରାଉତ , ଲକ୍ଷ୍ମୀ ଗେଦେଲା ମଞ୍ଚାସୀନ କରିଥିବା ବେଳେ ଶ୍ରୀ ଉଦୟ ଭାସ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.