ମାତୃଗିରିରେ ଦର୍ଶନ ଦିବସ ଶ୍ରୀମା ଜୟନ୍ତୀ ପାଳନ

0 3

ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ପାଳିତ ଦର୍ଶନ ଦିବସମାନଙ୍କ ମଧ୍ୟରେ ଫେବୃୟାରୀ ୨୧, ଶ୍ରୀମାଙ୍କ ଜୟନ୍ତୀ ଅନ୍ୟତମ ଅଟେ ।ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶରେ ସ୍ଥାପିତ ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମାତୃଗିରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଜଗତ ଜନନୀ ଶ୍ରୀମା ଙ୍କ ଜୟନ୍ତୀ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପାଳନ କରାଯାଇଛି । ଶିକ୍ଷାକେନ୍ଦ୍ର ସଭାପତି ନାରାୟଣ ସାମନ୍ତରା ଆଧ୍ୟାତ୍ମିକ ମାତୃପତକା ଉତ୍ତୋଳନ କରିଥିବା ବେଳେ ଅଧ୍ୟକ୍ଷ ରତ୍ନାକର ମହାରଣା ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ‘ସମଗ୍ର ଜୀବନ ହିଁ ଶିକ୍ଷା’ ଶ୍ରୀମା’ଙ୍କର ଏହି ଉକ୍ତିର ଯଥାର୍ଥତା ଉପରେ ଆଲୋଚନା କରାଯାଇଥିଲା । ଧ୍ୟାନ, ପ୍ରାର୍ଥନା, ଦୁର୍ଗାସ୍ତୋତ୍ର, ମା’ ବହି ୩ୟ ଅଧ୍ୟାୟ ପଠନ ସହ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏ.ଶଙ୍କର ରାଓ, ଇ.ଚନ୍ଦ୍ରମା ଦୋରା, ଏସ୍.ସୁନାଲି ରେଡ୍ଡୀ, ରାଧାରାଣୀ ପୁଜାରୀ ଓ ନୟନୀ ମହାରଣା ଅଂଶ ଗ୍ରହଣ କରିଥିବା ବେଳେ ଶିଶୁଅତିଥି ଭାବେ ଶିକ୍ଷାକେନ୍ଦ୍ରର ଛାତ୍ର ଜଗଦିଶ୍ ନାହାକ, ଆଶୀର୍ବାଦ ମହାରଣା ଓ ଛାତ୍ରୀ ସାଧନା ମହାରଣା ଯୋଗଦେଇ ଶ୍ରୀମାଙ୍କ ବାଲ୍ୟ ଜୀବନ କଥା ବର୍ଣ୍ଣନା କରିଥିଲେ । ଶେଷରେ ଚନ୍ଦ୍ରମା ଅପା ମାତୃବନ୍ଦନା ଗାନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.