ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନମୁକ୍ତାନନ୍ଦ ପୁରୀ ବାବାଙ୍କୁ ଆଜି ଏକ ଅଜଣା ଫୋନ କଲରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି I ଏ ନେଇ ତୁମୁଡ଼ିବନ୍ଧ ଥାନାରେ ବାବା ଏତଲା ଦେଇଥିବା ଜଣାପଡିଛି। ଘଟଣାକୁ ନେଇ ପୁଲିସ ସତ୍ୟତା ନିର୍ଦ୍ଧାରଣ କରୁଥିବା ବେଳେ ଏବେ ଏନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣାରୁ ପ୍ରକାଶ ଶନିବାର ସନ୍ଧ୍ୟା ୫ଟା ସମୟରେ ସ୍ୱାମୀଜୀଙ୍କ ଫୋନକୁ ହଟାତ ଏକ କଲ୍ ଆସିଥିଲା I ମାଓବାଦୀ ସଙ୍ଗଠନ ପକ୍ଷରୁ ଆପଣଙ୍କୁ ୪ ମଧ୍ୟରେ ହତ୍ୟା କରାଯିବ ବୋଲି ଧମକ ଦେଇ ଥିଲା I ସୂଚନା ଯୋଗ୍ୟ ଯେ, ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ପରେ ପରେ ମୁକ୍ତାନନ୍ଦ ବାବା ବର୍ତ୍ତମାନ ଜାଲେଶପଟ୍ଟା ଓ ଚକାପାଦ ଆଶ୍ରମ ଦାୟିତ୍ୱରେ ଥିଲେ l ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି I ପ୍ରକାଶ ଯେ, ପୁର୍ବରୁ ୨୦୦୮ମସିହା ଅଗଷ୍ଟ ମାସ ୨୨ ତାରିଖରେ ମଧ୍ଯ ପୁର୍ବରୁ ଜଲେଶପଟା ଆଶ୍ରମରେ ରହି ଆସୁଥିବା ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା I ତାର ଗୋଟାଏ ଦିନ ପରେ ଦୁର୍ବୃତ୍ତମାନେ ଆଶ୍ରମ ମଧ୍ୟରେ ପଶି ବାବାଙ୍କୁ ହତ୍ୟା କରିଥିଲେ l ଆଜିର ଏହି ଘଟଣା ପରେ ଆଶ୍ରମ ସମେତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଦିଆଯାଇଛି I ଘଟଣାକୁ ନେଇ ତୁମୁଡ଼ିବନ୍ଦ ଥାନା ପୁଲୁସ ୧୧/୨୦୨୧ରେ ଏକ ମାମଲା ରୁଜୁକରି ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ ଚଳାଇଛି I
Sign in
Sign in
Recover your password.
A password will be e-mailed to you.