ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ଆଜି ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୫ ) ଗୁରୁତର ଅସୁସ୍ଥ ହୋଇପଡିଛନ୍ତି I ତାଙ୍କୁ ସକାଳୁ ପ୍ରଥମେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନନ୍ତରଣ କରାଯାଇଛି I ମାନେଶ୍ଵର ବ୍ଳକ୍ ନୂଆ ତିହୁରା ପଞ୍ଚାୟତ ଅନ୍ତର୍ଗତ ମୁରା କଲମୀ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତା ୨୦୧୮ ମସିହା କ୍ରାନ୍ତି ଦିବସ ରେ ଦିଲ୍ଲି ଯାଇ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହା ସହିତ ୨୦୨୦ ରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା I ୧୯୨୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ l ୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦ୍ବୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ l ୧୯୪୨ ମସିହାରେ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post