ଝାରସୁଗୁଡ଼ା :(ସୁଭାଷ ସହାରେ)– ଜିଲ୍ଲା ଦକ୍ଷତା କମିଟି ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ଇଣ୍ଡଷ୍ଟ୍ରି ଓ ଏମ୍ ଏସ ଏମ୍ ଇ କର୍ମଶାଳା ହୋଟେଲ ବିଷ୍ଣୁ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ କର୍ମଶାଳାକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନମାନଙ୍କରେ ସ୍ଥାନୀୟ ନିଯୁକ୍ତି ପ୍ରଦାନ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଆନୁସଙ୍ଗିକ ପ୍ରକ୍ରିୟା ଜାରି ରଖିବା ସହ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଟି ଆର ଏଲ କ୍ରୋସାକିର ଭାଇସ ପ୍ରେସିଡେଣ୍ଟ ( ଏଚ ଆର ଆଣ୍ଡ ଆଇ ଆର ) ଆର.କେ.ସିଂହ ଶିଳ୍ପାନୁଷ୍ଠାନମାନଙ୍କରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧିର ଆବଶ୍ୟକତା , ପ୍ରଶିକ୍ଷଣ ମାଧ୍ୟମରେ ସ୍ଥାନୀୟ ଯୁବକ ମାନଙ୍କର ଦକ୍ଷତା ବିକାଶ କରିବା ସହ ଦକ୍ଷତା ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅଲ୍ଟ୍ରାଟେକ ସିମେଣ୍ଟ ପରିଚାଳକ(ମାନବ ସମ୍ବଳ) ଆଶିଷ ପାଲ , ଜିଲ୍ଲା ଶ୍ରମ ଅଧିକାରୀ କୃଷ୍ଣ ମୋହନ ରାଉତ , ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପି.କେ.ନାୟକ , ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ସୁଦାମ ବିଶ୍ୱାଳ , ଡି ଟି ଇ ଟି , ଓଡ଼ିଶା ପକ୍ଷରୁ ବିଜୟ କୁମାର ପ୍ରଧାନ , ଏଲ ଡି ଏମ ଦୟାନିଧି କିଷାନ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ଦକ୍ଷତା ଓ ନିଯୁକ୍ତି , କୃଷି ରେ ନିଯୁକ୍ତି ସୁଯୋଗ , ପ୍ରଶିକ୍ଷିତ ଯୁବକମାନଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା , ବେକାର ଯୁବକମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାଙ୍କର ଭୂମିକା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ନିୟୋଜନ ନିର୍ଦ୍ଦେଶାଳୟର ନିୟୋଜନ ଅଧିକାରୀ ପି ଏସ ନାୟକ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଝାରସୁଗୁଡା ସରକାରୀ ଆଇ ଟି ଆଇର ଅଧ୍ୟକ୍ଷ ଜଗଜୀବନ ମହାରଣା କର୍ମଶାଳା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.