ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା )-ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ଜଣେ ଚାଷୀ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ବଗିଚାରେ ବୁଗୁଡା ଉଦ୍ୟାନ ବିଭାଗ ଓଭରସିଏର ଉମା ଚରଣ ବେହେରା ଚାଷୀ ଶ୍ରୀ ପାତ୍ରଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନସ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଥିବା ଜଣାପଡିଛି। ଚାଷୀମାନଙ୍କୁ ମିଳିଥିବା ସରକାରୀ ପ୍ରୋତ୍ସାହନ ରାଶି(ସବସିଡ଼) ଟଙ୍କା କରିବା ପାଇଁ ପ୍ରତ୍ୟେକ ଚାଷୀଙ୍କଠାରୁ ୨୦୦୦ ଟଙ୍କା ଲେଖାଁଏ ୧୩ ଜଣ ଚାଷୀଙ୍କ ପାଇଁ ମୋଟ ୨୬ ହଜାର ଟଙ୍କା ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ଗ୍ରହଣ କରିବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ଡ଼ି.ଏସ.ପି.ଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ କର୍ମଚାରୀ ବୃନ୍ଦ ଚଢ଼ାଉ କରି ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ନଂ ୦୨/୨୧ ପ୍ରକାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ଶ୍ରୀ ବେହେରାଙ୍କୁ ନେଇ ଭିଜିଲାନସ ଟିମ ଭଞ୍ଜନଗର ଲଣ୍ଡେଇସାହିର ଶ୍ରୀ ବେହେରାଙ୍କ ଦୁଇ ମହଲା ଘର ଓ ଅଫିସ ରେ ପାଠ ଲେଖିବା ସୁଧା ଚଢ଼ାଉ ଜାରି ରଖିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.