ମଣ୍ଡିରେ ଧାନର ଅବ୍ୟବସ୍ଥା ପ୍ରତିବାଦରେ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା-

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମଣ୍ଡିରେ ଧାନର ଅବ୍ୟବସ୍ଥା ପ୍ରତିବାଦରେ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଜିଲ୍ଲା କୃଷକ ସଙ୍ଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣାରେ ବସି  ବିଭିନ୍ନ ଦାବୀର ସମାଧାନ ନେଇ ନାରାବାଜି କରିଥିଲେ ।  ଗଣଧାରଣା ସ୍ଥଳରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରାଙ୍କ ସହ କୃଷକ ମାନଙ୍କ ମଣ୍ଡି ଅବ୍ୟବସ୍ଥା ଓ ଚାଷୀଙ୍କ ହତାଶା ଉପରେ ଆଲୋଚନା ହୋଇଥିଲା । ପରେ ଜିଲ୍ଲା କୃଷକ ସଙ୍ଘ ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ମଣ୍ଡିରେ ଅବ୍ୟବସ୍ଥା ଓ ବିଭିନ୍ନ ଦାବୀର ସମାଧାନ ସମ୍ପର୍କରେ କହିଥିଲେ ଯେ , ଜମିରେ ଓ ଘର ସମ୍ମୁଖରେ ଧାନ ସବୁ ଦୀର୍ଘଦିନ ହେଲା ପଡିରହି ନଷ୍ଟ ହେବାକୁ ବସିଲାଣି , ତେଣୁ ଚାଷୀଙ୍କ ଉତ୍ପାଦିତ ଧାନ ସବୁ କେବେ ଯିବ ମଣ୍ଡିକୁ ବୋଲି ପ୍ରଶ୍ନ କରିଛନ୍ତି ।ଆମର ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଟୋକେନ୍ ନେଇଥିବା ଚାଷୀଙ୍କ ଠାରୁ ଶୀଘ୍ର ଧାନ ନେବା ଏବଂ ଟୋକେନ୍ ପାଇ ନ ଥିବା ଚାଷୀଙ୍କୁ ଟୋକେନ୍ ଯୋଗାଇଦେଇ ମଣ୍ଡିରେ ଧାନ ଦେବାକୁ ଅନୁମତି ପ୍ରଦାନ କରିବା । ରବି ଫସଲର ଉତ୍ପାଦିତ ଧାନବିକ୍ରି ପାଇଁ ମଣ୍ଡିର ବ୍ୟବସ୍ଥା କରିବା , ସମସ୍ତ କୃଷିଜାତ ଦ୍ରବ୍ୟ ମଣ୍ଡି ମାଧ୍ୟମରେ ବିକ୍ରିବଟାର ବ୍ୟବସ୍ଥା କରିବା ପ୍ରଭୃତି ମୁଖ୍ୟ ଦାବୀ ଗୁଡିକ ରହିଛି ବୋଲି କହିଥିଲେ ।

http://www.youtube.com/watch?v=4mLTz3xgOkU 

Leave A Reply

Your email address will not be published.