ଇଞ୍ଜିନିୟରିଂ ସ୍କୁଲ ପରିସରରୁ ବେଆଇନ ଗଛ କଟା ଘଟଣା: ବନ ବିଭାଗ ଗୁରୁବାର ଅଧ୍ୟାପକ ଶିଶିର ନାଏକ ଗିରଫ

0 2

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ସରକାରୀ ଇଞ୍ଜିନିୟରିଂ ସ୍କୁଲ ପରିସରରୁ ବେଆଇନ ଗଛ କଟା ଘଟଣାରେ ବନ ବିଭାଗ ଗୁରୁବାର ଅଧ୍ୟାପକ ଶିଶିର ନାଏକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନାମରେ ଓଡ଼ିଶା ବନ ବିଭାଗର ଟିମ୍ବର ଟ୍ରାଞ୍ଜିଟ ରୁଲର ଧାରା ୪, ୮, ୧୨, ୧୪ରେ ମାମଲା ରୁଜୁ କରାଯାଇଛି । ଜାମିନ ନାମଞ୍ଜୁର ପରେ ତାକୁ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ଅନ୍ୟ ପଟେ ଅଧ୍ୟାପକଙ୍କ ନାମରେ ଝାରସୁଗୁଡା ଟାଉନ ଥାନାରେ କସ ନମ୍ବର ୮୦ ରେ ୩୭୯ ରେ ଏକ ଚୋରି ମାମଲା ରହିଛି। କରୋନା ସମୟରେ ଲକଡାଉନ ସମୟରେ ଏହି ଗଛ ଗୁଡିକ କଟାଯାଇଥିଲା । ବନବିଭାଗର ବିନା ଅନୁମୋଦନରେ ଗଛ କଟା ଯାଇଥିବା ଓ ବିଦ୍ୟାଳୟ ପରିସରରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.