କେନ୍ଦ୍ରାପଡା : ସରପଞ୍ଚଙ୍କୁ ମାଡ଼ ମାଇଲେ ୱାର୍ଡମେମ୍ବରଙ୍କ ସ୍ୱାମୀ 

0 2

http://www.youtube.com/watch?v=OV9Hdccubl8 

କେଦ୍ରାପଡ଼ାରୁ ପ୍ରତୀକ ମିଶ୍ର : ଗୁରୁବାର ଦିନ 3.30 ସମୟରେ କେଦ୍ରାପଡ଼ା  କରିଲୋ ପାଟଣା ସରପଞ୍ଚ ସୁକାନ୍ତ କୁମାର ସାହୁ (44) ଙ୍କୁ ଉକ୍ତ ପଂଚାୟତ ର ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆକ୍ରମଣ କରିଥିଲେ | କାରଣ ଥିଲା ପୂର୍ବ ଶତ୍ରୁତା |  କିଛି ଦିନ ତଳେ ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ୱାର୍ଡମେମ୍ବରଙ୍କ ସ୍ୱାମୀ |

ଗତକାଲି  ସରପଞ୍ଚ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ଉକ୍ତ ୱାର୍ଡ ମେମ୍ବର ଙ୍କ ଗ୍ରାମ ରାଇଚନ୍ଦର ଗୋପେଇ ଶାସନକୁ ଯାଇ ସେଠାରେ ଥିବା ବାଳିକା ଉଚ୍ଚବିଦ୍ୟାଳୟର ନବୀକରଣ  କାମକୁ ତଦାରଖ କରୁଥିବା ସମୟରେ ୱାର୍ଡ ମେମ୍ବରଙ୍କ ସ୍ୱାମୀ ବିଦ୍ୟାଳୟ ପରିସରକୁ ଆସି ସରପଞ୍ଚଙ୍କୁ ଅତର୍କିତ ଭାବେ ମା ଭଉଣୀ ଗାଳି କରିବା ସହ ମାରଧର  କରିଥିଲେ |  ତେଣୁ ସରପଞ୍ଚ ସନ୍ଧ୍ୟାରେ  ସମୟରେ ପାଟକୁରା ଥାନାରେ ୱାର୍ଡ ମେମ୍ବର ଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଲିଖିତ ଏତଲା ଦେଇଛନ୍ତି |

Leave A Reply

Your email address will not be published.