ମାନବ ସେବା ସଂଘ ‘ମୁକ୍ତିପଥ’ ଦ୍ବାରା ଅଜଣା ମହିଳାଙ୍କ ଶବ ସଂସ୍କାର। 

0 2

ଝାରସୁଗୁଡ଼ା (ସୁଭାଷ ସହାରେ)-୧୩ ଫେବୃୟାରୀ, ୨୦୨୧ ଦିନ ବ୍ରଜରାଜନଗର ଟ୍ରେନ ଷ୍ଟେସନରେ ମାଲଗାଡି ଧକ୍କାରେ ଜଣେ ଅଜଣା ମହିଳା(୫୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଝାରସୁଗୁଡ଼ା ଜିଆରପିଏସ, ୟୂଡ଼ି କେଶ ନଂ ୫/୨୧, ତା’ ୧୩/୨, ରୁଜ୍ଜୁ କରିଛନ୍ତି। ଆଜି ବୈଧାନିକ ଅନୁକ୍ରିୟା ପରେ ଶବଟିକୁ ମାନବ ସେବା ସଂଘ ଟ୍ରଷ୍ଟ, ଝାରସୁଗୁଡ଼ାକୁ ହସ୍ତାନ୍ତର କରା ଯାଇଥିଲା। ସଂଘ ନିଜର କାର୍ଯ୍ୟକ୍ରମ ‘ମୁକ୍ତିପଥ’ ଜରିଆରେ ଉପରୋକ୍ତ ଅଜଣା ମୃତକ ମହିଳାଙ୍କ ଶବକୁ ସମ୍ମାନର ସହ ସଂସ୍କାର କରାଯାଇଥିଲା। ସଂସ୍କାର ସମୟରେ ଏଏସଆଇ ଡି. ଡୁଙ୍ଗଡ଼ୁଙ୍ଗ, କନେଷ୍ଟବଲ ପ୍ରଶାନ୍ତ କୁମାର ମିଶ୍ରଙ୍କ  ସହ ସଂଘ ଅଧ୍ୟକ୍ଷ ସୁଭାଷ ସହାରେଙ୍କ ସମେତ ରମେଶ ଗାନ୍ଧୀ, ମାନସ ସିହ୍ନା ସରୋଜ କୁମାର ସିଂ, ସାର୍ଥୁକ ବେହେରା, ବସିଲ ବାରି, ବଣ୍ଟି ସୁନା, ରାହୁଲ ସୁନା ପ୍ରମୁଖ ଉପସ୍ଥିତ ଥିଲେ।  ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ାର ମାନବ ସେବା ସଂଘ, ଏହିପରି ଯେ କୌଣସି ମୃତ ଶରୀର ଯାହାର କୌଣସି କାରଣରୁ କୁଟୁମ୍ବ ପରିଜନଙ୍କ କୌଣସି ଖବର ମିଳିପାରେ ନାହିଁ, ତାର ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସନ୍ତି।

Leave A Reply

Your email address will not be published.