ଏନଏଲସି କମ୍ପାନୀ କାର୍ଯ୍ୟାଳୟରେ ଶ୍ରମିକ ଅଶାନ୍ତି : ଖିଣ୍ଡା ସ୍ଥିତ ଆଦାନି କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ମାଡପିଟ ଅଭିଯୋଗ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)– ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଖିଣ୍ଡା ତଲାବିରା କୋଇଲା ଖଣିରେ ଶ୍ରମିକ ଅଶାନ୍ତ ଦେଖା ଦେଇଛି। ଫଳ ସ୍ବରୂପ ବିସ୍ଥାପିତ ଜମିହରା ଅଶାନ୍ତ ଶ୍ରମିକ ମାନେ ସେମାନଙ୍କର ହକ ମାଗିବାକୁ ଖିଣ୍ଡା ଆଦାନି କାର୍ଯ୍ୟାଳୟକୁ ଯାଇଥିବା ସମୟରେ ଅଧିକାରୀଙ୍କ ସହ ଉଚ୍ଚ ବାଚ୍ଚ ହୋଇ ଅଫିସ ଭଙ୍ଗାରୁଜା ସହ ମାଡପିଟ ହୋଇଥିବା ଅଭିଯୋଗ ଆଣିଛି ଆଦାନି କମ୍ପାନୀ ଦ୍ବାରା କୋଇଲା ଖନନ କାର୍ଯ୍ୟରେ ନିୟୋଜିତ ଥିବା କେଜିୱାଲ ଠିକା ସଂସ୍ଥା। ଶ୍ରମିକ ଅଶାନ୍ତ ହେବାର ଖବର ପାଇ ସମ୍ବଲପୁର ଏସପି ବି.ଗଙ୍ଗାଧର, ଏସଡିପିଓ ତପନ କୁମାର ମହାନ୍ତି, ଠୋଲକୋଲୋଇ ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣ, ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ଵର ସାହୁ,କତରବଗା ଥାନା ଅଧିକାରୀ ଅଜୟ ଜେନା ପ୍ରମୁଖ ପୋଲିସ ଫୋର୍ସ ସହ ଘଟଣାର ତଦନ୍ତ ଆରମ୍ଭ କରି କେଜିୱାଲ ଠିକା ସଂସ୍ଥାର ଅଭିଯୋଗ ଆଧାରରେ ଖିଣ୍ଡା ଅଞ୍ଚଳର ବିସ୍ଥାପିତ , ଜମିହରା ଓ କମ୍ପାନୀର ମିଛ ପ୍ରତିଶ୍ରୁତିରେ ପ୍ରତାରିତ ନିରିହ ୭୦ ଜଣରୁ ଅଧିକ ଶ୍ରମିକଙ୍କ ନାମରେ ଠୋଲକୋଲୋଇ ଥାନାରେ କେଶ ନମ୍ବର ୨୩/୨୦୨୧, ଭାରତୀୟ ଦଣ୍ଡ ବିଧାନ ଆଇନର ବିଭିନ୍ନ ସଂଗିନ ଦଫା ଯଥା ୧୪୭/୨୪୮/୩୨୩/୨୯୪/୩୦୭/୩୨୫/୪୨୭/୨୪୯/ ୪୪୭/୨୪୯ ରେ କେଶ ରୁଜୁ କରି ଖବର ଲେଖା ହେବା ପର୍ଯ୍ୟନ୍ତ ୧୫ ଜଣ ଶ୍ରମିକଙ୍କୁ ପୋଲିସ ଗିରଫ କରିଥିବା କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ଶ୍ରମିକ ମାନଙ୍କ ଭିତରେ ଚାପା ଉତ୍ତେଜନା ର କୋହ ଦ୍ବି ଗୁଣିତ ହୋଇ ସାରା ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ଶ୍ରମିକ ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ତଲାବିରା ଖଣି ଅଞ୍ଚଳରେ ସତର୍କ ଦୃଷ୍ଟି ରଖାଯାଇଛି।
ତଲାବିରା ଖଣି ଅଞ୍ଚଳରରେ ବାରମ୍ବାର ଶ୍ରମିକ ଅଶାନ୍ତ କାହିଁକି ? ଖିଣ୍ଡା ତଲାବିରା ୨/୩ କୋଇଲା ଖଣିରେ କୋଇଲା ଉତ୍ତୋଳନ ପାଇଁ ଏନଏଲସି କମ୍ପାନୀକୁ ୩୭ ବର୍ଷ ପାଇଁ ଲିଜ ଦିଆଯାଇଛି। ଏନଏଲସି କମ୍ପାନୀ କୋଇଲା ଉତ୍ତୋଳନ ପାଇଁ ଆଦାନି କମ୍ପାନୀକୁ ନିଯୋଜିତ କରିଛି। ତେବେ ଆଦାନି କମ୍ପାନୀ ଦ୍ବାରା କୋଇଲା ଖନନ ପାଇଁ ଦୁଇଟି ଠିଆ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ଠିଆ ସଂସ୍ଥା ମଧ୍ଯରୁ କେଜିୱାଲ ଠିଆ ସଂସ୍ଥା ଅଧିନରେ କାର୍ଯ୍ୟରତ ବିସ୍ଥାପିତ ଜମିହରା ଶ୍ରମିକ ମାନଙ୍କ ମଧ୍ଯରୁ ୪୫ ଜଣ ଶ୍ରମିକଙ୍କୁ ଏହି ସଂସ୍ଥା କାମରୁ ବାହାର କରି ବକେୟା ପାଉଣା ମଧ୍ଯ କୁଆଡେ ନଦେବାକୁ ଧମକପୂର୍ଣ୍ଣ ନୋଟିସ ଗତ କାଲି ଦେବା ପରେ ନୋଟିସ ସମ୍ବନ୍ଧରେ ଶ୍ରମିକ ମାନେ ଜାଣିଲା ପରେ ବୁଧବାର ପୂର୍ବାହ୍ନରେ ସେମାନଙ୍କୁ କାହିଁକି କାମରୁ ବାହାର କରିବା ପାଇଁ ନୋଟିସ ଦିଆଗଲା ବୋଲି. ଦିଆ ଯାଇଥିବା ନୋଟିସର କାରଣ ପଚାରିବାକୁ ଶ୍ରମିକ ଓ ଅଞ୍ଚଳର ଲୋକେ ଖିଣ୍ଡା ସ୍ଥିତ ଆଦାନି କାର୍ଯ୍ୟାଳୟକୁ ଯାଇଥିଲେ ସେଠାକାରେ ଶ୍ରମିକ ମାନଙ୍କୁ ସନ୍ତୋଷଜନକ ଉତ୍ତର ନ ଦେଇ ଆଦାନି କମ୍ପାନୀର ମାନବ ସମ୍ବଳ ବିଭାଗର ଜଣେ ଅଧିକାରୀ ଉତ୍ତେଜନାପୂର୍ଣ୍ଣ କଥାବାର୍ତ୍ତା କରିବା ପରେ ଅଶାନ୍ତ ଶ୍ରମିକ ମାନଙ୍କ ଭିତରେ ଚାପି ହୋଇ ରହିଥିବା ଅସନ୍ତୋଷକୁ ସମ୍ବରଣ କରି ନପାରି ସେଠାରେ ଅଫିସର ସାମଗ୍ରୀ ଭଙ୍ଗାରୁଜା ସହ ଅଧିକାରୀଙ୍କ ସହ ମାଡ ପିଟ ହୋଇଥିବା ଅଭିଯୋଗ ହୋଇଛି।
http://www.youtube.com/watch?v=kbaEIegyU1E
ଏଠାରେ ପ୍ରକାଶଯୋଗ୍ୟ ଯେ ଉପରୋକ୍ତ କମ୍ପାନୀର ଅଧିକାରୀ ମାନେ ଏଠାରେ କାମ ଆରମ୍ଭ ସମୟରେ ତଥା ସରକାରୀ ସ୍ଥରରେ ବିସ୍ଥାପିତ ଜମିହରା ମାନଙ୍କୁ ସରକାରୀ ନିୟମ ଅନୁସାରେ ଯୋଉଁ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ପରବର୍ତ୍ତି ସମୟରେ ତାହା କମ୍ପାନୀ କର୍ତ୍ତୃପକ୍ଷ ପାଳନ ନକରି ଅଞ୍ଚଳର ଶ୍ରମିକ ତଥା ଲୋକଙ୍କୁ ପ୍ରତାରିତ କରୁଥିବାରୁ ଏଠାରେ ବିଭିନ୍ନ ସଂଗଠନ ପକ୍ଷରୁ ପୂର୍ବରୁ ଅନେକ ଥର ଲୋକମାନଙ୍କ ହକ ଦାବୀକୁ ଦେବା ପାଇଁ ଖଣି କାର୍ଯ୍ୟ ବନ୍ଦ କରାଯାଇ ମାସାଧିକ କାଲ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ନା କମ୍ପାନୀ ନା ସରକାରଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଚେତା ପଶିଛି। ଆଗକୁ ଶ୍ରମିକ ଅଶାନ୍ତର ସ୍ଥାୟି ପ୍ରତିକାର ନକଲେ ଏଠାରେ ଶ୍ରମିକ ଅଶାନ୍ତି ଉଗ୍ର ରୂପ ନେବ ଏଥିରେ କେହି ଦ୍ବି ମତ ହୋଇ ପାରିବେ ନାହିଁ। ଏଥି ପାଇଁ କିଏ ଦାୟି ରହିବ ତାହା ସମୟ କହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି।