ଦିବସଙ୍କ ମଣିଷପଣିଆକୁ ରାଜ୍ୟସ୍ତରୀୟ ସରକାରୀ ସ୍ୱୀକୃତି 

0 2

“ଗୁଡ ସାମାରୀଟିଆନ” ଭାବରେ ପୁରସ୍କୃତ ହୋଇ ଆଣିଲେ ବରଗଡ଼ ଜିଲ୍ଲାପାଇଁ ଗୌରବ

ବରଗଡ (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ବାସିନ୍ଦା ତଥା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁ ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ମାସର ଉଦ୍ଯାପନୀ ମହୋତ୍ସବରେ “ଗୁଡ ସାମାରୀଟିଆନ” ଭାବରେ ପୁରସ୍କୃତ ହୋଇ ବରଗଡ଼ ଜିଲ୍ଲାର ତଥା ଶିକ୍ଷକ ସମାଜର ଗର୍ବ ବଢ଼େଇଛନ୍ତି. ରାଜ୍ୟ ସ୍ତରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୬ ଜଣ  ବ୍ୟକ୍ତି ଏବଂ ୩ ଗୋଟି ଏନଜିଓଙ୍କୁ ଚୟନ କରି ପୁରସ୍କୃତ କରାଯାଇଛି. ଏହି ପୁରସ୍କାର ମଧ୍ୟରେ ପ୍ରତ୍ୟେକ “ଗୁଡ ସମାରୀଟିଆନ”ଙ୍କୁ ଏକ ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିବା ସ୍ଥଳେ ପ୍ରତ୍ୟେକ ଏନଜିଓଙ୍କୁ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା.ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେବା ସଙ୍ଗେ ସମ୍ମାନିତ ଅତିଥିମାନେ କୃଷି ବିଭାଗ ସଚିବ ରାଜକୁମାର ଶର୍ମା,ଓଡ଼ିଶାର ପୋଲିସ ବିଭାଗ ଡିଜିପି ଅଭୟ,ପ୍ରମୁଖ ସଚିବ ପରିବହନ ବିଭାଗ ମଧୁସୂଦନ ପାଢ଼ୀ ଏବଂ ପରିବହନ ବିଭାଗ କମିଶନର ସଂଜୀବ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ.ଏଠାରେ ସୂଚନାଯୋଗ୍ୟ  ଯେ ୨୦୧୮ ମସିହାରୁ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ “ଗୁଡ ସମାରିଟିଆନ” ଭାବରେ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ,ଦିବସ ଏହିଭଳି ଭାବେ ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ଯୋଗୁଁ ତଥା ବିଦ୍ୟାଳୟ ସ୍ତରରେ ସଡକ ସୁରକ୍ଷା ଉପରେ ଅନେକ କାର୍ଯ୍ୟକ୍ରମମାନ କରିଥିବାରୁ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିଶ କରିଥିଲେ. ରାଜ୍ୟସ୍ତରରେ କେବଳ ୬ ଜଣଙ୍କ ମଧ୍ୟରେ ଦିବସଙ୍କ ଚୟନ ହୋଇଥିବାରୁ ବିଜେପୁର ଅଂଚଳରେ ତଥା ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି |

Leave A Reply

Your email address will not be published.