ଶୁଣିଲାନି ପ୍ରଶାସନ : ରାସ୍ତା ମରାମତି କଲେ ସ୍କୁଲ୍ ପିଲା ଏବଂ  ଏସଏଚଜି ସଦସ୍ୟ ।

0 2

ମାଲକାନଗିରି :-(ବି ଶ୍ରୀନିବାସ ପାତ୍ର) – କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍ ଗ୍ରା.ପ ର ଏକ ମଫସଲ ଗାଁ  ପାଡାଲପୁଟ୍ | ମାଲକାନଗିରି ବାଲିମେଳା ମୂଖ୍ୟ ସଡକରୁ କେନ୍ଦୁଗୁଡାକୁ ଯାଉଥିବା ପୁର୍ତ୍ତ ବିଭାଗ ସଡକରୁ ଆଗ୍ରୋ ନର୍ସରୀ ଦେଇ ମାଝିଗୁଡାକୁ ସଂଯୋଗ କରୁଥିବା ମାଟି ରାସ୍ତାକୁ ମେଟାଲ୍ କଙ୍କ୍ରିଟ୍ ରୋଡ୍ କିମ୍ବା ପିଚୁ ରୋଡ୍ ରେ ରୂପାନ୍ତରିତ କରିବାକୁ ନିମନ୍ତେ ଗ୍ରାମବାସୀ ଅନେକ ଦିନ ଧରି ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ , କୋରକୁଣ୍ଡାଙ୍କୁ ଜଣାଇଥିଲେ | ରାସ୍ତାର ଉନ୍ନତ୍ତିକରଣ ତ ଦୁରର କଥା, ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ୟ ମଧ୍ୟ ହୋଇପାରିନାହିଁ |  ଏବିଷୟରେ ଗ୍ରାମସଭା ରେ ମଧ୍ୟ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ | ଏ ସମସ୍ତ କଥା ଜାଣିବାପରେ ଗାଁ ଲୋକ ନିଜସ୍ୱ ସାମୁହିକ ଶ୍ରମଦାନ କରି ପ୍ରତିବର୍ଷ ରାସ୍ତାର କିଛି କିଛି ଅଂଶ ମରାମତି କରିଆସୁଥିଲେ | ବିଷୟ ସେତେ ବେଳେ ବଢିଗଲା, ଯେତେବେଳେ ବିଦ୍ୟାଳୟ ଖୋଲିବାପରେ ସାଇକଲରେ  ଯାଉଥିବା ୨ଜଣ ବିଦ୍ୟାର୍ଥି ବହିବସ୍ତାନୀସହ ଏହି ରାସ୍ତାରେ ପଡିଗଲେ, ଏବଂ ଅପରଦିଗରୁ ଆସୁଥିବା ମଟରସାଇକଲ ଚାଳକ ମଧ୍ୟ ପଡିଯାଇଥିଲେ ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ଆଶୁ ଚିକିତ୍ସା ଓ ସାଇକଲ ମଟରସାଇକଲ୍ ଉଭୟର ର ମରାମତି କରାଯାଇଥିଲା | ଆଜି ସକାଳୁ ସମସ୍ତ କୁନି ପିଲାମାନେ କୋଡି କୋଦାଳ ଧରି ରାସ୍ତାରେ ହୋଇଥିବା ଖାଲ ଢେପ ଗୁଡିକୁ ସମତଳ କରିବା ଆରମ୍ଭ କରିଦେଲେ | ଏ ବିଷୟ ଜାଣିବାରୁ ଗ୍ରାମ ର ୨ ସ୍ୱୟଂ ସହାୟକଗୋଷ୍ଠୀର ମା ଓ ମାଉସି ମାନେ ନିଜେ ଅଣ୍ଟା ଭିଡି ପିଲାଙ୍କ ସହ ମରାମତି କାମରେ ମିଶିଲେ ସେମାନେ ନିଜର କିଛି ସଂଚୟ ଓ କିଛି ଚାନ୍ଦାକରି ୩ ହଜାର ଟଙ୍କାର ମାଟି ଆଣି ରାସ୍ତାର ଆବଶ୍ୟକ ସ୍ଥାନମାନଙ୍କରେ ପକାଇ ସମତଳ କଲେ ।

http://www.youtube.com/watch?v=xDPO7MrjnAA 

ଟିମ୍ ସଂଗଠନ ଏ ବିଷୟରେ ଜାଣିବାପରେ  ପୁଣିଥରେ ଜିଲ୍ଲାପାଳ ଓ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିବାସହ ସମ୍ବାପତ୍ରର ସହଯୋଗ ନେବାକୁ ପରାମର୍ଶ ଦେଇଛନ୍ତି | ଏହି ବାବଦରେ ଚିଠା ମାଧ୍ୟମରେ ଜିଲ୍ଲାପାଳ ଓ ପୁର୍ତ୍ତ ବିଭାଗ କୁ ନିବେଦନ କରିଛନ୍ତି ।

 

Leave A Reply

Your email address will not be published.