ମାଲକାନଗିରିରେ ୟୁଥ ଫର ଆକ୍ସନର ପ୍ରଥମ ବୈଠକ ଅନୁଷ୍ଠିତ ।

0 2

ମାଲକାନଗିରି :(ବି ଶ୍ରୀନିବାସ ପାତ୍ର) : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆଦର୍ଶ, ଚିନ୍ତାଧାରା ତଥା ଜନଭାମୁଖୀ  କାର୍ଯ୍ୟଗୁଡ଼ିକ ରାଜ୍ୟ ବାସୀଙ୍କ ଦ୍ୱାରା ଆଦୃତ ହୋଇଛି l ବିଭିନ୍ନ ଅଞ୍ଚଳରେ ସଭା ସମିତି ମାଧ୍ୟମରେ ହେଉ କିମ୍ବା ରଜ୍ୟ ସରକାରଙ୍କ ବିଫଳତା କୁ ସର୍ବସାଧାରଣରେ ସମାଲୋଚନ କରି ରାଜ୍ୟବାସୀଙ୍କ ଆସ୍ଥା ଭାଜନ ହଇପାରିଛନ୍ତି l ସାଂସଦ ଙ୍କ ଦ୍ୱାରା ଗଠିତ ୟୁଥ ଫର ଆକ୍ସନ ଟିମ ଲୋକଙ୍କ ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l  ସେହି କ୍ରମରେ ମାଲକାନଗିରି ଜିଲ୍ଲାରେ ୟୁଥ ଫର ଆକ୍ସନ ର ଏକ ଟିମ ଗଠନ କରାଯାଇଛି l ନିୟମାବଳୀ ଅନୁଯାୟୀ ମାଲକାନଗିରି ରେ ଏକ ୧୪ଜଣିଆ ଟିମ ଗଠନ କରାଯାଇଛି l ଆଜି ଏହି ସଂକ୍ରାନ୍ତରେ  ଏକ ବୈଠକ କରାଯାଇ ସର୍ବ ସମ୍ମତି  କ୍ରମେ ବିଜୟ କୁମାର ମହାରଣା ଙ୍କୁ ସଭାପତି ରୂପେ ଚୟନ କରାଯାଇଥିଲା ଏବଂ ଉପସଭାପତି ରୂପେ ବାଲାଜୀ ପୋଡାଲ, ବଜା ମାଡ଼କାମୀ, ଶ୍ରୀକାନ୍ତ ଚୌଧୀରି, ରାହୁଲ ଟାୱାରୀଙ୍କୁ ଚୟନ  କରାଯାଇ ଥିବା ବେଳେ ସାଧାରଣ ସମ୍ପାଦକ ଭାବେ  ଶ୍ରୀନିବାସ ପାତ୍ର,ରାଜକିଶୋର ମଣ୍ଡଳ, ସମ୍ପାଦକ ଭାବେ ହୃଷିକେଶ ମହାରଣା, ସଞ୍ଜୟ ଢ଼ାଲି, ସରୋଜ ପାତ୍ର ,ଏନ ରବି କୁମାର, ଦିବ୍ୟ ପ୍ରକାଶ ମିଶ୍ର, ପ୍ରୟ ବ୍ରତ ରାଉତ ଏବଂ କୋଷାଧକ୍ଷ ଭାବେ ଦିଲିପ ଦଣ୍ଡପାଟିଙ୍କୁ ଚୟନ କରାଯାଇଛି l ଆଗାମୀ ଦିନରେ ୟୁଥ ଫର ଏକ୍ସନ ଟିମ ଜିଲ୍ଲାର ସମସ୍ତ ସାତ ଗୋଟି ବ୍ଲକ ରୁ ସଭ୍ୟ ଙ୍କୁ ନିଜ ସଂଙ୍ଗଠନ ଯୋଡ଼ିବା ସହିତ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାପାଇଁ ଲକ୍ଷ୍ୟ ରଖିଛି l

Leave A Reply

Your email address will not be published.