ଆଜି ଓଡିଶା ବନ୍ଦ ସଫଳ : ଅଖଚକ-ଦୋକାନ ବଜାର ସବୁକିଛି ବନ୍ଦ

0 2

ବାରିପଦା(ଦିଲ୍ଲିପ ମହାନ୍ତି)- ଆଜି କଂଗ୍ରେସର ଓଡିଶା ବନ୍ଦ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସଫଳ ହୋଇଛି । ମିଳିଛି ଅଦ୍ଭୂତପୂର୍ବ ଜନସମର୍ଥନ । ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ୧୮ ନମ୍ବର ଜାତୀୟ ରାଜପଥ ସହିତ ସହରରେ ଅଖଚକ ବନ୍ଦ  ସହ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ, ଜୀବନ ବୀମା, ପୋଷ୍ଟ ଅଫିସ, କୋର୍ଟକଚେରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା ସବୁକିଛି ବନ୍ଦ ରହିଥିବା ବେଳେ କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେଵା ଜାରି ରହିଥିଲା । ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଥିଲା । ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି , ଏହାକୁ ରୋକିବାରେ ସରକାରଙ୍କ ବିଫଳତା  କୃଷି ବିଲ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ ରହିଥିଲା ।

 କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ନିରୋଜ ଲୋଚନ ଦଶ, ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ସୁଦୀପ ମନ୍ତ୍ରୀ, ପ୍ରଦୀପ ମିଶ୍ର, ସରସ୍ୱତୀ ହେମ୍ବ୍ରମ, ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ସସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ଶାନ୍ତନୁ ପାଲ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.