ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି ସମ୍ମାନ 

0 2

ପଦ୍ମପୁର : ବାଲେଶ୍ଵର ଜିଲ୍ଲାର ନୀଳଗିରିଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ନେସନାଲ ପ୍ରୋଗ୍ରେସ ଗ୍ରୁପ ଦ୍ବାରା “ପଶ୍ଚିମାଞ୍ଚଳର ସାହିତ୍ୟ ଜ୍ୟୋତି” ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀଯୁକ୍ତ ବେହେରାଙ୍କ ଅନୁପସ୍ଥିତିରେ ମାଟିଲଗ୍ନା ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ, ମୁଖ୍ୟଅତିଥି  ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ମାନ୍ୟବର ବିଧାୟକ, ଧାମନଗର ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସେଠୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ । ମାଟିଲଗ୍ନା ସାହିତ୍ୟ ସଂସଦ ଓଡ଼ିଶାର ରାଜ୍ୟ ସଂଯୋଜକ ତଥା ମାନସିଂହ ସାହିତ୍ୟ ସଂସଦ, ନନ୍ଦଳାର ଉପଦେଷ୍ଟା ଭାବରେ ଶ୍ରୀ ବେହେରା ସାରା ରାଜ୍ୟରେ ବେଶ ଜଣାଶୁଣା । ପୂର୍ବରୁ ଶ୍ରୀ ପ୍ରେମାନନ୍ଦ ବେହେରା, ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବରଗଡ଼ ଜିଲ୍ଲାରୁ ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ,  ମାଲକାନଗିରି ଜିଲାରୁ ମାଲ୍ୟବନ୍ତଶ୍ରୀ ସମ୍ମାନ, କୋରାପୁଟ ଜିଲ୍ଲାରୁ ମାଟିଲଗ୍ନାଶ୍ରୀ ସମ୍ମାନ, ପୁରୀ ଜିଲ୍ଲାରୁ ମାନସିଂହ ସ୍ମୃତି ସମ୍ମାନ, ଗଞ୍ଜାମ ଜିଲ୍ଲାରୁ ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ ଆଦି ବହୁ ସମ୍ମାନରେ  ସମ୍ମାନୀତ ହୋଇସାରିଛନ୍ତି । ଏହା ଅଞ୍ଚଳ ପାଇଁ ଗୌରବର ବିଷୟ ।

Leave A Reply

Your email address will not be published.