ସମାଜସେବା ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ  

0 2

ବରଗଡ :-  ରବିବାର ଦିନ “ବଳିଦାନ ଦିବସ” ତଥା ସଂକଳ୍ପ ପରିବାର ର ବାର୍ଷିକୋତ୍ସବ ଅବସରରେ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାର କୁ “ସଂକଳ୍ପ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ତାସହିତ ପୁଲୱାମା ଠାରେ ଶହିଦ ହୋଇଥିବା ଯବାନମାନଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରିଥିବାରୁ ସଂକଳ୍ପ ପରିବାର ର ସମସ୍ତ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ନିଷ୍ଠା ପରିବାରର ସଭ୍ୟମାନେ ।   ଏହି ସମ୍ମାନ ନିଷ୍ଠା ପରିବାରକୁ ଆଗାମୀ ଦିନରେ ଅସହାୟଙ୍କୁ ସାହାଯ୍ଯ କରିବାରେ ଆହୁରି ଶକ୍ତି ପ୍ରଦାନ କରିବ । ଏଠାରେ ସୂଚନାଯୋଗ୍ୟ ଯେ ମାନବ ସେବାକୁ ମାଧବ ସେବା ଭାବରେ ଗ୍ରହଣ କରି ନିରବିଛିନ୍ନ ଭାବରେ ଅସହାୟ ଲୋକଙ୍କର ସେବା କରିବା ସହିତ ଅନେକ ଜନକଲ୍ୟାଣ କାର୍ଯ କ୍ରମାଗତ ଭାବରେ କରି ଆସୁଥିବା ନିଷ୍ଠା ପରିବାର ନିଜ ପାଇଁ ଏକ ସମ୍ମାନସ୍ପଦ ସ୍ଥାନ ପାଇ ପାରିଛି ।

Leave A Reply

Your email address will not be published.