ଅତିରିକ୍ତ ତହସିଲଦାର ଏବଂ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି

0 1

କଣ୍ଟାବାଞ୍ଜି:(ଚୁଡାମଣି ସୁନା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଏବଂ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି ହେଇଛି। ଏ ନେଇ ଶୁକ୍ରବାର କଣ୍ଟାବାଞ୍ଜି ପ୍ରେସ କ୍ଲବ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିଗୁଡ଼ିକ ମଧ୍ୟରେ ବହୁ ବର୍ଷରୁ ଖାଲି ପଡ଼ିଥିବା ଅତିରିକ୍ତ ତହସିଲଦାର ପଦବି ଶୀଘ୍ର ପୂରଣ, ସେହିପରି ଅନ୍ୟ ଖାଲି ପଦ ବି ପୂରଣ କରାଯିବା ଆଦି ରହିଛି। ଆଜିର ଏହି ଦାବିପତ୍ର ଦେବା ସମୟରେ ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା, ଉପସଭାପତି ସୁରଦାସ ବାଗ, ସଂପାଦକ ପୁଷ୍ପକେତୁ ବେହେରା, ଆଇନ ପରାମର୍ଶଦାତା ବିବେକ ଶର୍ମା, ସଦସ୍ୟ ରୋହନ ମହତ, ଦୁର୍ଗାପ୍ରସାଦ ଗୁପ୍ତା, ବିଶିକେଶନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.