ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବିକାଶ ନେଇ ପ୍ରଶାସନ ସର୍ବଦା ତତ୍ପର

0 2

 ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଛି ବହୁ ଉନ୍ନତି ମୂଳକ କାର୍ଯ୍ୟ : ଜିଲ୍ଲାପାଳ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଥିବା ରାୟଗଡ ପଞ୍ଚାୟତ ସମିତି ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବହୁ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। 

ରାଜ୍ୟ ସରକାରଙ୍କର ମଙ୍ଗଳ ବିଭାଗ ତରଫରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ର ମାନଙ୍କ ପାଇଁ ଉଦ୍ଧିଷ୍ଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିମନ୍ତେ ୧୨୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସ୍ଥାପନ ପାଇଁ ଅନୁମୋଦନ କରାଯାଇଛି । ଯେଉଁଥିରେ ଗଙ୍ଗାବାଡ ପଞ୍ଚାୟତ ଏବଂ ପାଖ ଗ୍ରାମର ୧୨୦ ଛାତ୍ର ମାଗଣାରେ ରହିବା ଏବଂ ଖାଇବା ସହ ପାଠ ପଢିପାରିବେ । 

ଜିଲ୍ଲା ପ୍ରଶାସନ ତରଫରୁ ଆନ୍ଧ୍ରପ୍ରଦେଶ ସୀମାରୁ ଗୁଡିଖୁଡି ଗ୍ରାମକୁ ନିର୍ଗମ ପଥ ଦେଇ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ ୪୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । 

ପାନୀୟ ଜଳ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଗୁଡିଖୁଡି ଗ୍ରାମରେ ସୌରଶକ୍ତି ଦ୍ୱାରା ପରିଚାଳିତ ଓଭରହେଡ ଟ୍ୟାଙ୍କ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ୭ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । 

ପଞ୍ଚାୟତରେ ଆବଶ୍ୟକ ଥିବା ସମସ୍ତ କାର୍ଯ୍ୟ ଏବଂ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ଯଥା ଶୀଘ୍ର ଶେଷ କରିବା ଲାଗି ଜିଲ୍ଲାପାଳ ସଂପୃକ୍ତ ବିିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିବାର ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.