ଭୂମିହୀନ ଙ୍କୁ ଜମିପଟା ବଣ୍ଟନ କଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ

0 2

ବରଗଡ :- ନିଜର ଖଣ୍ଡେ ଜମି ଓ ସେହି ଜମିରେ ନିଜର ଖଣ୍ଡେ ଘର ଜଣେ ଗରିବ ଲୋକର ସ୍ୱପ୍ନ କେବଳ ଏତିକି । ନିଜ ଜମିରେ ଘରଖଣ୍ଡେ କରି ନିଜର ପରିବାର ସହିତ ଖୁସିରେ  ଜୀବନଯାପନ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଭୂମିହୀନକୁ କେତେ କଷ୍ଟ ଓ ପରିଶ୍ରମ କରିବାକୁ ପଡିଥାଏ ତାର ସୀମା ନାହିଁ ତଥାପି ତାର ସ୍ୱପ୍ନ ଯେ ପୂରଣ ହୋଇପାରିବ ତାର ମଧ୍ୟ କିଛି ଗେରେଣ୍ଟି ନାହିଁ । କିନ୍ତୁ ରାଜ୍ୟ ସରକାରଙ୍କର ବସୁନ୍ଧରା ଯୋଜନା ଆଣିଦେଇଛି ଗ୍ରାମାଞ୍ଚଳର ଭୂମିହୀନ ଙ୍କର ପାଇଁ ଖୁଶି । ଏହି ଯୋଜନାରେ ରାଜ୍ୟ ସରକାର ଙ୍କର ଦ୍ୱାରା ଭୂମିହୀନ ଙ୍କୁ ଘରଡ଼ିହ ପାଇଁ ଜମି ଦିଆଯାଇଥାଏ । ଆଜି ଏହି ଯୋଜନାରେ ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ଭଟଲି ବ୍ଲକ ସୁଲସୁଲିଆ ଠାରେ ରାଜସ୍ବ ଆଇନ ସଚେତନା ଶିବିର ସହିତ ଭୂମିହୀନ ମାନଙ୍କୁ ଜମି ପଟ୍ଟା ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ଭାବେ  ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଟଲି ବ୍ଲକ ଅଧ୍ୟକ୍ଷା ପ୍ରେମାବତୀ ସା, ଜିଲା ପରିଷଦ ସଦସ୍ୟ ଶ୍ରୀ ନିତ୍ୟାନନ୍ଦ ପଧାନ,ନୂଆଗଡ ସରପଞ୍ଚ ଶ୍ରୀମତି ସୁଜାତା ପାଣ୍ଡେ, ଭଟଲି ତହସିଲଦାର ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ । ତହସିଲଦାର ଶ୍ରୀ ମହାପାତ୍ର ଦେଇଥିବା ସୁଚନା ମୁତାବକ ଏହି ଗ୍ରାମର ୫୪ ଜଣ ହିତାଧିକାରୀ ଙ୍କୁ ଆଜି ଜମି ପଟା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.