SHASAK EXCLUSIVE : ଚାକିରୀ କରାଇଦେବାକୁ ନେଇ ବାରମ୍ବାର ଦୁଷ୍କର୍ମ

0 1

ନାବାଳିକାଙ୍କୁ ଦୁଷ୍କର୍ମ ପରେ ମାଡ଼ମାରି ଯୁବକ ଫେରାର 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବଇଦପାଳି ଗ୍ରାମର ଜଣେ ଷୋହଳ ବର୍ଷୀୟା ନାବାଳିକା କୁ ସେହି ଗ୍ରାମର ଟଂକଧର ଘିବେଳା ନାମକ ଜଣେ ଯୁବକ ଗତ ମାସ ୩୧ ତାରିଖ ସନ୍ଧ୍ୟାରେ ଚାକିରୀ କରାଇଦେବା ନାଁରେ ଭୂତେଇ ନେଇ ଯାଇଥିଲା । ନାବାଳିକା କୁ ପ୍ରଥମେ ବସ ଯୋଗେ ବରଗଡ଼ ଓ ବରଗଡ଼ରୁ ଟ୍ରେନ ଯୋଗେ ତାମିଲନାଡୁ ନେଇ ଯାଇଥିଲା । ନବିଲକା ଓ ତାର ମାଁ ଙ୍କର କହିବା ମୁତାବକ ତାମିଲନାଡୁ ରେ ନବିଲିକା ଜଣକ ବାରମ୍ବାର ପ୍ରତିବାଦ ଓ ବିରୋଧ କରିଥିଲେ ସୁଦ୍ଧା ଯୁବକ ଟଙ୍କଧର ବାରମ୍ବାର ନାବାଳିକାକୁ ଡରାଇ ଧମକାଇ ଓ ମାରପିଟ କରି ଦୁଷ୍କର୍ମ କରୁଥିଲା । ପୁଣି ନାବାଳିକାକୁ ସାଙ୍ଗରେ ଧରି ଗତ ନଅ ତାରିଖ ଦିନ ପାଇକମାଲ କୁ ଫେରି ନିଜ ଘରକୁ ନ ଯାଇ ନବଳିକାକୁ ପାଇକମାଲ ସ୍ଥିତ ମାହାରପଡାରେ ନିଜର ଜଣେ ପରିଚିତ ଙ୍କର ଘରେ ରଖି ସେଠାରେ ବି ନାବାଳିକା ସହିତ ମାରପିଟ କରିବା ସହିତ ଦୁଷ୍କର୍ମ କରିଥିଲା । ଝିଅ ପାଇକମାଲ ରେ ଥିବା ଖବର ପାଇ ଗତକାଲି ଝିଅର ପରିବାର ଓ ଗ୍ରାମର କିଛି ଲୋକ ଯାଇ ଝିଅକୁ ଉଦ୍ଧାର କରିବା ସହିତ ଝିଅର ଅବସ୍ଥା ଦେଖି ତୁରନ୍ତ ପାଇକମାଲ ଥାନାର ଦ୍ୱାରସ୍ତ ହୋଇଥିଲେ ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ମହିଳା ଅଧିକାରୀ ଚୁମିକି ପ୍ରଭା ନାଥ ପାଇକମାଲ ଥାନାରେ କେଶ ନମ୍ବର ୩୨/21 ଧାରା ୩୪୨ , ୩୭୬,୪୧୭, ୫୦୬ ଓ ୬ ପକସୋ ଆକ୍ଟ ରେ ମୁକଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ନାବାଳିକାର ଡାକ୍ତରୀ ମୁଆଇନା ସାରିଥିବା ବେଳେ ଆଜି ସକାଳୁ ମହିଳା ଅଧିକାରୀ ଚୁମିକି ପ୍ରଭା ସର୍ଜମିନ ତଦନ୍ତ କରୁଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଯୁବକ ବର୍ତମାନ ସୁଦ୍ଧା ଫେରାର ଅଛି । ପୀଡିତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା କାରଣରୁ ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।

http://www.youtube.com/watch?v=x-qbysNDI1I 

Leave A Reply

Your email address will not be published.