ଏକାମ୍ର କ୍ଷେତ୍ର ସମ୍ବନ୍ଧୀୟ ଏନଏମଏ ଉପ-ନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ 

0 2

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପିତ ଚିଠା ଉପନିୟମକୁ ନେଇ ସେବାୟତ, ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଅଧିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ଆଜି ବିଜୁ ଜନତା ଦଳ ସାଂସଦ ପ୍ରତିନିଧିଦଳ କେନ୍ଦ୍ର ସାଂସଦମାନେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି । ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକାମ୍ର କ୍ଷେତ୍ର  ସମ୍ବନ୍ଧୀୟ ଉପ-ନିୟମ ପ୍ରତ୍ୟାହାର କରିବାକୁ ସଂସଦ ମାନେ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। 

ସୂଚନାଯୋଗ୍ୟ ଯେ ଏହି ଉପ ନିୟମ ବାତିଲ କରିବା ପାଇଁ ଗତ ୭ ତାରିଖରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନରଙ୍କ ପକ୍ଷରୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା | 

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଉପନିୟମକୁ ନେଇ ଟୁଇଟ କରି କହିଥଲେ ଯେ  “କେନ୍ଦ୍ର ସରକାର ତୁରନ୍ତ ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପିତ ଚିଠା ଉପନିୟମ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ୍। ଏହା ସହିତ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ ରାଜ୍ୟକୁ ବିଶ୍ୱାସରେ ନେବା କେନ୍ଦ୍ରୀୟ ସଂସ୍ଥାମାନଙ୍କ ପକ୍ଷରେ ଉପଯୁକ୍ତ ହୋଇଥାନ୍ତା” | ଓଡିଶାର ଭକ୍ତଙ୍କ ଭାବନା, ସେବାୟତଙ୍କ ଜୀବନ ଏବଂ ଜୀବିକା ସର୍ବୋପରି ପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି  ସାନ ସମ୍ପର୍କିତ ଏଭଳି  ଗୁରୁତ୍ୱପୂର୍ଣ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଓଡିଶାର ସାଂସଦମାନଙ୍କୁ କେନ୍ଦ୍ର ସରକାର ତଥା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ  | ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଆଧାରରେ ଆଜି ବିଜେଡି ସଂସଦୀୟ ଦଳ ମନ୍ତ୍ରୀଙ୍କୁ ଭେଟିଥିଲା | 

 

 

Leave A Reply

Your email address will not be published.