ଝାରବନ୍ଧ : ଝାରବନ୍ଧ ଠାରେ ଥିବା ଅମଠି ଷ୍ଟେଟ ବ୍ୟାଂକ ଶାଖାରୁ ରୋଜର ପେ’ ଜରିଆରେ କୋଟି କୋଟି ଟଂକା ହଡପ ହୋଇଥିବା ଦ୍ବାରା ଉପଭୋକ୍ତାମାନେ କ୍ଷତିର ସମ୍ମୁଖିନ ହୋଇଥିଲେ।ବ୍ୟାଂକ ଉଚ୍ଚ ପଦସ୍ଥ ଅଧିକାରୀଂକ ଦୃଷ୍ଟି ଆକର୍ଷଣ କରିଥିଲେ।କିନ୍ତୁ କୌଣସି ପଦକ୍ଷେପ ନେଇ ନ ଥିଲେ।ତେଣୁ ଯୁବ ସମାଜସେବୀ ଜୟକୁମାର ନିଗମ ଶତାଧିକ ସମର୍ଥକ ସହ ବ୍ୟାଂକ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।କେନ୍ଦୁପତ୍ର ତୋଲାଲୀ,ମହାତ୍ମାଗାନ୍ଧି ଜାତୀୟ କର୍ମ ନିଯୁକ୍ତି ଯୋଜନା ପ୍ରାପ୍ୟ ଓ ଅନ୍ୟାନ୍ୟ ହିତାଧିକାରୀ ଅର୍ଥ ବ୍ୟାଂକରେ ଜମାରୁ ହଡପ ,ବ୍ୟାଂକରେ ଆବଶ୍ୟକ କର୍ମଚାରୀ,ଏଟିଏମରେ ଟଂକା ନ ଥିବା ସମ୍ବନ୍ଧରେ ଅନଶନକାରୀମାନେ ଦାବୀ କରିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହରିହର ସାହୁ,ଡା ଲମ୍ବୋଦର ପଣ୍ତା,ଜିଲ୍ଲା ପରିଷଦ ସଦସ୍ୟ କୁମୁଦିନୀ ସାହୁ,ସରପଞ୍ଚ ଧନମତି ପାଣ୍ତେ,ବିଜୟ କୁମାର ନାଏକ,କୃର୍ତ୍ତିବାସ ପ୍ରଧାନ,ରାଜେନ୍ଦ୍ର ମହାକୁଡ,ଗୋକୁଲ ପଣ୍ତା,ଜୟରାମ ହଂସ,ଦିଲ୍ଲୀପ ନାୟକ,ଅନୁପମା ପଟେଲ,ପ୍ରମିଳା ଥପା,ସିନ୍ଧୁଲତା ସଗରିଆ,ହେମବତୀ ବାଗ,ଯଶୋଦା ବାଗ,ସନ୍ତୋଷ ବେହେରା,ବିନୋଦ ବାଗ ,ଗମ୍ଭୀର ବାଗ ,ଜଗଦୀଶ ସାହୁ,ଗୋବିନ୍ଦ ପଟେଲ ,ରାକେଶ ଅଗ୍ରୱାଲ,କୁସୁମ ପ୍ରଧାନ,ଉମେଶ ବନଛୋର ଓ ଅନ୍ୟମାନେ ଅନଶନକାରୀକୁ ସମର୍ଥନ କରି ହଡପ ଟଂକା ଫେରାଇବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post