ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଏନଏମଏ ଚିଠା ଉପନିୟମକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରିବା ଉଚିତ୍ : ନବୀନ

0 2

ଭୁବନେଶ୍ୱର (ଶାସକ ପ୍ରଶାସକ)  “କେନ୍ଦ୍ର ସରକାର ତୁରନ୍ତ ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପିତ ଚିଠା ଉପନିୟମ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ୍। ଏହା ସହିତ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ ରାଜ୍ୟକୁ ବିଶ୍ୱାସରେ ନେବା କେନ୍ଦ୍ରୀୟ ସଂସ୍ଥାମାନଙ୍କ ପକ୍ଷରେ ଉପଯୁକ୍ତ ହୋଇଥାନ୍ତା ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଏହା କହିବା ସହ ଓଡିଶାର ଭକ୍ତଙ୍କ ଭାବନା, ସେବାୟତଙ୍କ ଜୀବନ ଏବଂ ଜୀବିକା ସର୍ବୋପରି ପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି  ସାନ ସମ୍ପର୍କିତ ଏଭଳି  ଗୁରୁତ୍ୱପୂର୍ଣ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଓଡିଶାର ସାଂସଦମାନଙ୍କୁ କେନ୍ଦ୍ର ସରକାର ତଥା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି |  

 

Leave A Reply

Your email address will not be published.