ଗୁଣପୁର ଠାରେ ଚଳିତ ବର୍ଷ ବଂଶଧାରା ମହୋତ୍ସବ ପାଇଁ ସଂସ୍କୃତିକ ଗୀତର ସୁଟିଂ ଚାଲିଛି 

0 2

ରାୟଗଡ (ସରୋଜ କୁମାର ସାହୁ) : ରାୟଗଡ଼ ଜିଲ୍ଲା ଗୁଣପୁର ଠାରେ ଏଇ ମାସ 14 ତାରିଖରୁ ବଂଶଧାରା ମହୋତ୍ସବ ଆରମ୍ଭ ହେଉଛି କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ରେ ଚଇତି ବା ଇଡତାଲ ମହୋତ୍ସବ ହୋଇ ପାରିନାହିଁ ବର୍ତ୍ତମାନ ସଂସ୍କୃତିକ ଉତ୍ସବକୁ ଅନୁମତି ହେବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ଦେଖିବାକୁ ମିଳୁଛି ଆଜି ବଂଶଧାରା ମହୋତ୍ସବ ପାଇଁ ସୁମଧୁର ଗୀତ ଆସିଲାରେ ଆସିଲା ରେ ଆସିଲା ଗୁଣପୁରେ ଆସିଲା ଗୀତର ସୁଟିଂ ସରିଯାଇଛି।ଏ ଗୀତକୁ ପ୍ରକଳ୍ପିନି ପଟନାୟକ ଗୀତ ଲେଖିବା ସହ ସ୍ବର ସଂଯୋଜନା କରିଥିବା ବେଳେ ସୁପ୍ରିତ୍ ଓ ପ୍ରକଳ୍ପିନୀ ପଟନାୟକ କଣ୍ଠଦାନ କରିଛନ୍ତି। ଏଇ ଗୀତକୁ କେ ସନ୍ତୋଷ ରାଓ ସଙ୍ଗୀତ ପରିଚାଳନା କରିଛନ୍ତି। ଆଜି ଗୁଣପୁର ର ବିଭିନ୍ନ ଜାଗାରେ ଏହାର ସୁଟିଂ ହୋଇଯାଇଛି । ଗୁଣପୁର ର ଜଣାଶୁଣା ସୁପରିଚିତ ଶିକ୍ଷକ ଓ କଳାକାର ଶ୍ରୀ ଦିଲିପ୍ ଚୌଧୁରୀଙ୍କ ପରିକଳ୍ପନା କରିବା ସହ ମୁଖ୍ୟ ନାୟକ ଭାବେ ଅଭିନୟ କରିଛନ୍ତି ତାଙ୍କ ସହ କେ ଗଙ୍ଗା କୁମାରୀ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଛନ୍ତି। ଏଇ ଗୀତକୁ ଭାସ୍କର ଶବର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ତେଜରାଜ ନାୟକ କ୍ୟାମେରା ଓ ସମ୍ପାଦନା ଦାୟୀତ୍ବ ରେ ଥିବା ସହ ସହ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି। ଜଣାଶୁଣା ବହୁ ପ୍ରତିଭା ଅଧିକାରୀ ସୁପ୍ରିତ୍ ସନ୍ତୋଷ ବଛା ଏଇ ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି। ଗୁଣପୁର ସହରର ଆଜି ଶେଫାଳୀ ପାହାଡ଼, ବଂଶଧାରା ନଦୀ, ବିକ୍ରମପୂର୍ ପାର୍କ ମା ସାତ ଭଉଣୀ ମନ୍ଦିର, ତଥା ଆଖପାଖ ବିଭିନ୍ନ ଅଞ୍ଚଳରେ ଏହାର ସୁଟିଂ ସରିଯାଇଛି ଆସନ୍ତା 14 ତାରିଖ ଦିନ ଏହା ବଂଶଧାରା ବସନ୍ତ ମହୋତ୍ସବରେ ମୁଖ୍ୟ ଅତିଥିଙ୍କ କର କମଳରେ ଏହାକୁ ଉନ୍ମଚନ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଜଣା ପଡ଼ିଛି।

Leave A Reply

Your email address will not be published.