ପ୍ରସାଦଙ୍କ ନେତୃତ୍ୱରେ କୋରାପୁଟରେ କଂଗ୍ରେସର ନିର୍ଭୟା ସନ୍ଦେଶ ପଦଯାତ୍ରା On Oct 20, 2017 22 Share କୁନ୍ଦୁଲି ଗଣବଲାତ୍କାର ରାଜ୍ୟ ସରକାର ଓ ପୋଲିସ ଉଦାସୀନତାର ଦୃଢ ପ୍ରତିବାଦ କୋରାପୁଟରୁ ଗୁପ୍ତପ୍ରସାଦ : କୁନ୍ଦୁଲିରେ ଘଟିଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ ପୋଲିସର ନିଷ୍କ୍ରିୟତା ସର୍ବୋପରି ଏଭଳି ଜଘନ୍ୟ ଅମାନବୀୟ କାର୍ଯ୍ୟକୁ ନିନ୍ଦା କରିବା ସହ ରାଜ୍ୟରେ ନବୀନ ପଟନାୟକ ଶାସନ କାଳରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ କରି ପ୍ରଦେଶ କଂଗ୍ରେସ କପକ୍ଷରୁ କୁନ୍ଦୁଲି ମୂଷାଗୁଡା ରୁ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା-ଦେଓମାଳୀର ନିର୍ଭୟା ସନ୍ଦେଶ ପଦଯାତ୍ରା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ କଂଗ୍ରେସ କରମୀ ଓ ସାଧାରଣ ଜନତା ଏହି ଯାତ୍ରାରେ ସାମିଲ ହୋଇଥିଲେ. ଏହି ପଦଯାତ୍ରାରେ ଶ୍ରୀ ହରିଚନ୍ଦନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି, ଶୁଭେନ୍ଦୁ ମହାନ୍ତି, ବିକ୍ରମ ପଣ୍ଡା, ନିମାଇଁ ସରକାର, ସସ୍ମିତା ବେହେରା,ବିଧାୟକ କୈଳାସ କୁଲେସିକାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ । 22 Share FacebookTwitterGoogle+ReddItWhatsAppPinterestEmail