ଝାରସୁଗୁଡ଼ା ବାର ଏସୋସିଏସନର ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବାର ଏସୋସିଏସନର ନବ ନିର୍ବାଚିତ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ। ସଭାପତି ଭାବରେ ତ୍ରିନାଥ ଗୁଆଲ ଶପଥ ଗ୍ରହଣ କରିଥିବା ବେଳେ ଉପ ସଭାପତି ଭାବରେ ଲକ୍ଷ୍ମୀ ଚରଣ ପାଲ, ସମ୍ପାଦକ ଭାବେ ପ୍ରସନ୍ନ କୁମାର ମହାରଣା, ଯୁଗ୍ମ ସମ୍ପାଦକ ଭାବରେ ମନୀଷ ବାଜପେୟୀ ଓ ସଂଜିତ ପ୍ରସାଦ ରାୟ ଏବଂ କୋଷାଧ୍ୟକ୍ଷ ଭାବରେ ରାକେଶ କୁମାର ପଲ ତଥା କାର୍ଯ୍ୟକାରୀ ସଦସ୍ୟ ଭାବରେ ଦେବାନନ୍ଦ ତିୱାରୀ, କୈଳାସ ମହାନନ୍ଦିଆ ଓ ସାଧନା ସାମନ୍ତରାୟ ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ ପରେ ନିଜ ବାର୍ତ୍ତାରେ ନବ ନିର୍ବାଚିତ ସଭାପତି ଶ୍ରୀ ଗୁଆଲ କହିଛନ୍ତି ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ପ୍ରକାରର ନ୍ୟାୟିକ ପ୍ରକ୍ରିୟାକୁ ସୁରୁଖୁରୁରେ ତ୍ବରାନ୍ବିତ କରିବା, ଓକିଲମାନଙ୍କ ସମସ୍ତ ସମସ୍ୟାକୁ ନିରାକରଣ କରିବା, ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସହ ମିଳିତ ଭାବରେ କାର୍ଯ୍ୟ କରିବା, ଯେଉଁ କୋର୍ଟ ଗୁଡ଼ିକ ଏପର୍ଯ୍ୟନ୍ତ ଖୋଲି ପାରିନାହିଁ, ସେଗୁଡ଼ିକୁ ଖୋଲିବା ନିମନ୍ତେ ପଦକ୍ଷେପ ନେବା ଏବଂ ସର୍ବୋପରି ଝାରସୁଗୁଡ଼ା ଜିଲ୍ଲାର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ। ଏଥିପାଇଁ ସେ ସମସ୍ତ ବିଧାୟକ, ସାଂସଦ,ଆଇନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ପ୍ରକାରର ସହଯୋଗ କାମନା କରିଛନ୍ତି।

Leave A Reply

Your email address will not be published.