ଭୁବନେଶ୍ୱରରୁ ମାନସୀ ମିଶ୍ର : ସରକାରୀ କର୍ମଚାରୀ ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜୀବିତ ଥିଲେ ପିଲାମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତ ନଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୟାଟ୍ ତ୍ରୁଟିପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ ନାକଚ କରିଦେଇଛନ୍ତି ।
ଅନୁକମ୍ପାମୂଳକ ନିଯୁକ୍ତି ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ଆର୍ଥକ ଦୃଷ୍ଟିରୁ ବିପତ୍ତ ଥିବା ପରିବାରକୁ ତୁରନ୍ତ ରକ୍ଷା କରିବା ଲାଗି ବିନା ସାକ୍ଷାତକାରରେ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବା । ଏହି ଆଇନରେ ମୃତ କର୍ମଚାରୀଙ୍କ ଉତରାଧିକାରୀ ଭାବେ କେଉଁମାନେ ନିଯୁକ୍ତି ପାଇଁ ହକଦାର ତାହା ମଧ୍ୟ ଉଲ୍ଲେଖ ରହିଛି । ତେବେ ୧୯୯୦ ମସିହାରେ ଏହି ଆଇନ୍ ପ୍ରଣୀତ ହେବା ପରଠାରୁ ଉତରାଧିକାରୀଙ୍କ ମଧ୍ୟରୁ ଯେକୌଣସି ଜଣକୁ ନିଯୁକ୍ତି ଦିଆ ଚାଲିଥିଲା । ନିକଟ ଅତୀତରେ ସାଧାରଣ ପ୍ରଶାସନ ବିଭାଗ ଏଥିରେ ଆପ ଉଠାଇ ମୃତ ପତ୍ନୀଙ୍କ ପତି କିମ୍ବା ପତ୍ନୀ ଜୀବିତ ଥିଲେ ଉତରାଧିକାରୀ ତାଲିକାର ତଳେ ଥିବା ପୁଅ ଝିଅ ଆଦିଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇବାରୁ ଅନେକ ଆବେଦନକୁ ନାକଚ କରିଦିଆଯାଇଛି ।
ସ୍ୟାଟର କାଯର୍ୟକାରୀ ଅଧ୍ୟକ୍ଷ ବି.କେ ଦାସ ଭାଗ୍ୟଧରନାୟକ ମାମଲାରେ ଏଭଳି ନାକଚ ଆଦେଶ ଆଇନର ପରିପନ୍ଥୀ ବୋଲି ଦର୍ଶାଇ ଆବେଦନକାରୀଙ୍କୁ ପରିବାରର ଆର୍ଥକ ଦୁସ୍ଥିତି ଆଧାରରେ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଭାଗ୍ୟଧରଙ୍କ ପିତା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାଯ କରୁଥିବା ବେଳେ ରୋଗାକ୍ରାନ୍ତ ହୋଇ ଅସମୟରେ ପ୍ରାଣ ହରାଇଛନ୍ତି । ଭାଗ୍ୟଧରଙ୍କ ମା ମାନସିକ ବିକୃତି ସମେତ ବିଭିତ୍ତ ରୋଗରେ ପୀଡ଼ିତା । ତାଙ୍କର ଅନ୍ୟ ୩ ଭାଇଭଉଣୀ ସମ୍ପୂର୍ଣ୍ଣ ନିରକ୍ଷର । ଏ ପରିପ୍ରେକ୍ଷୀରେ ଭାଗ୍ୟଧରଙ୍କୁ ଚାକିରି ଦେବା ପାଇଁ ପରିବାର ପକ୍ଷରୁ ସତ୍ୟପାଠ ମାଧ୍ୟମରେ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା । ଜିଲ୍ଲାପାଳ ମଧ୍ୟ ତଦନ୍ତ କରି ପରିବାରର ଅନ୍ୟ କେହି କେଉଁଠ ଚାକିରି କରୁନାହାନ୍ତି କିମ୍ବା ଚାଷବାସ ଅଥବା ବ୍ୟବସାୟରୁ ପରିବାରର ଆଉ କିଛି ରୋଜଗାର ନାହିଁ ବୋଲି ଉଲ୍ଲେଖ କରିବା ସହିତ ମୃତ କର୍ମଚାରୀଙ୍କ ପରିବାର ଦାରୁଣ ଆର୍ଥକ ଦୁସ୍ଥିତି ମଧ୍ୟଦେଇ ଗତି କରୁଥିବା ଦର୍ଶାଇଛନ୍ତି ।
ସ୍ୟାଟ୍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରି ସୁପ୍ରିମକୋର୍ଟ ହାଇକୋର୍ଟ ଓ ସ୍ୟାଟ ବହୁ ରାୟର ନଜିର୍ ଉପସ୍ଥାପନ ସହିତ ଆଇନ୍ର ତର୍ଜମା କରି ପରିବାରର ଜଣେ ସଦସ୍ୟଙ୍କୁ ଆର୍ଥକ ଦୁସ୍ଥିତି ଭିତରେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ଲାଗି ଆଇନ୍ର ୩ ଧାରାରେ ସ୍ପଷ୍ଟ ଉଲ୍ଲେଖ ଥିବା ଏପରିକି ବିପତ୍ତ ପରିବାରକୁ ସହାୟତା କରିବା ପାଇଁ ଆବଶ୍ୟକ ସ୍ଥଳେ ଆଇନ୍ର ୧୬ ଧାରା ଅନୁଯାୟୀ ସରକାର କୋହଳ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସ୍ଥା ରହିଛି । କିନ୍ତୁ ଆଇନ୍ର ଠିକଣା ତର୍ଜମା କରାନ ଯାଇ ଉ ରାଧିକାରୀ ତାଲିକାର ଉପରେ ଥିବା ମୃତ କର୍ମଚାରୀଙ୍କ ପତ୍ନୀ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିନଥିଲେ ତାଙ୍କ ତଳେ ଥିବା ପିଲାମାନଙ୍କୁ ଏହା ଦିଆଯାଇପାରିବ ନାହିଁ ବୋଲି ସାଧାରଣ ପ୍ରଶାସ ବିଭାଗର ନିଷ୍ପତି ଠିକ୍ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ ।
ପୂର୍ବରୁ ଅନୁରୂପ ମାମଲାରେ ଜଣେ ମୃତ କର୍ମଚାରୀଙ୍କ ଝିଅ ପଙ୍କଜିନୀ ଦ୍ୱିବେଦୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ଲାଗି ସ୍ୟାଟ୍ ନିଦ୍ଦେଶ ଦେଇଥିଲେ ଏବଂ ଏହି ରାୟର ତର୍ଜମା କରାଯାଇ ସରକାର ଇତିମଧ୍ୟରେ ପଙ୍କଜିନୀଙ୍କୁ ନିଯୁକ୍ତି ଦେଇସାରିଥିବା ବେଳେ ଏ କ୍ଷେତ୍ରରେ ଭାଗ୍ୟଧରଙ୍କ ପାଇଁ କର୍ତୃପକ୍ଷ କିଭଳି ଓଲଟା ନିଷ୍ପତି ନେଉଛନ୍ତି ବୋଲି ପ୍ରଶ୍ନ ଉଠିଥିଲା । ତେବେ ଉଭୟ ଆବେଦନକାରୀ ଓ ସରକାରୀ ପକ୍ଷର ବିସ୍ତୁତ ଯୁକ୍ତି ଶୁଣିବା ପରେ ସ୍ୟାଟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆବେଦନକାରୀଙ୍କୁ ନିଯୁକ୍ତି ସୁଯୋଗରୁ ବଂଚିତ କରିବା ଠିକ୍ ହୋଇନାହିଁ ବୋଲି ଉଲ୍ଲେଖ କରି ସୀମିତ ସମୟ ମଧ୍ୟରେ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି । ସ୍ୟାଟଙ୍କ ରାୟ ଭାଗ୍ୟଧରଙ୍କ ପରିବାରର ଭାଗ୍ୟ ବଦଳାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।