ଓଡ଼ିଶାରେ ନିଲାମ ଲୁହାପଥର ଖଣିକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

0

http://www.youtube.com/watch?v=hk_es5RiG4M 

ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ

 ଲୁହାପଥର ଖଣି ଶୀଘ୍ର କାର୍ଯ୍ୟକାରୀ ହେଲେ ଇସ୍ପାତ ଶିଳ୍ପ ପାଇଁ କଂଚାମାଲ ସୁରକ୍ଷା ସୁନିଶ୍ଚିତ ହେବ

 ରାଜ୍ୟରେ ଅର୍ଥନୈତିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ

 କଂଚାମାଲର ନିରନ୍ତର ଉପଲବ୍ଧତା ନିଶ୍ଚିତ ହେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡ଼ିଶାରେ ନିଲାମ ହୋଇଥିବା ଲୁହାପଥର ଖଣିର ଶୀଘ୍ର କାର୍ଯ୍ୟକାରିତା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ବସିଥିବା ଭର୍ଚୁଆଲ  ବୈଠକରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୁହାପଥର ଖଣି ଗୁଡିକର ଶୀଘ୍ର କାର୍ଯ୍ୟକାରିତା କେବଳ ଇସ୍ପାତ ଶିଳ୍ପ ପାଇଁ କଂଚାମାଲ ସୁରକ୍ଷାକୁ ସୁନିଶ୍ଚିତ କରିବ ନାହିଁ ବରଂ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବା ସଙ୍ଗେସଙ୍ଗେ ସ୍ଥାନୀୟ ବିକାଶ ତଥା ରାଜ୍ୟରେ ଅର୍ଥନୈତିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ମିଶନ ପୂର୍ବଦୋୟ ପୂର୍ବ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବ  ।

ଏହି ବୈଠକରେ ଓଡିଶାରେ ନିଲାମ ହୋଇଥିବା ବିଶେଷ ଭାବରେ ଯେଉଁଠାରେ ଉତ୍ପାଦନ ଏବଂ ରପ୍ତାନୀ ଆରମ୍ଭ ହୋଇନଥିବା ଲୁହାପଥର ଖଣି ଗୁଡିକର କାର୍ଯ୍ୟକାରିତା ଓ ଏ ସମ୍ବନ୍ଧୀୟ ସମସ୍ୟାର ସମାଧାନକୁ ନେଇ ଆଲୋଚନା ହୋଇଥିଲା  । ଏହି ଖଣି ଗୁଡିକର ଲିଜ୍ ୩୧ ମାର୍ଚ୍ଚ, ୨୦୨୦ ରେ ଶେଷ ହୋଇଯାଇଥିଲା ଯାହା ଅନୁସାରେ ନଗଦ ନିଲାମକରାଯାଇଥିଲା  । 

ଯେପରି ଭାବରେ ଅନ୍ତିମ ଉପଭୋକ୍ତାଙ୍କୁ କଂଚାମାଲର ନିରନ୍ତର ଉପଲବ୍ଧତା ନିଶ୍ଚିତ ହୋଇପାରିବ ଏ ବାବଦରେ ଖଣି ମନ୍ତ୍ରଣାଳୟ ପକ୍ଷରୁ ଶୀଘ୍ର ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଉଲ୍ଲେଖନୀୟ ଯେ, ପ୍ରତିକୂଳ ବଜାର ପ୍ରଭାବ ଯୋଗୁଁ ଗତ ୧ ମାସ ହେବ ଲୁହା ପଥରର ମୂଲ୍ୟ ଅତ୍ୟଧିକ ଭାବରେ ବୃଦ୍ଧି ପାଇଥିଲା  । କିନ୍ତୁ ଏବେ ନିକଟରେ ହୋଇଥିବା ଖଣି ନିଲାମ କାରଣରୁ ଲୁହାପଥର ମୂଲ୍ୟ ହ୍ରାସ ପାଇବ  ।

୨୦୧୯ ଜାନୁଆରୀରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ଲୁହା ଉତ୍ପାଦନ ୧୨୩.୮ ମେଟ୍ରିକ୍ ଟନ୍ ଥିବା ବେଳେ ଚଳିତବର୍ଷର ସେହି ଅବଧି ମଧ୍ୟରେ ଲୁହା ପଥର ଉତ୍ପାଦନ ୯୮.୨ ମେଟ୍ରିକ ଟନ୍ ରହିଛି  । ବର୍ତମାନ ଓଡ଼ିଶାରେ ନିଲାମ ହୋଇଥିବା ୨୪ଟି ଖଣି ମଧ୍ୟରୁ କେବଳ ୫ଟିରୁ ଲୁହା ପଥର ଉତ୍ପାଦନ ଓ ରପ୍ତାନୀ ସମ୍ଭବ ହୋଇପାରିଛି  । ଯାହା ଦେଶରେ ଲୁହାପଥର ନିଅଂଟ ହେବାର ଏହା ହେଉଛି ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.