ଛତିଶଗଡ ମହାନଦୀ ପାଣି ବଳପୂର୍ବକ ଅଟକାଉଛି – ଧର୍ମେନ୍ଦ୍ର ପ୍ରଧାନ 

0

01-06-18-dharmendra-w.jpg - 21.85 kB

 ଛତିଶଗଡ ମହାନଦୀ ପାଣି ବଳପୂର୍ବକ ଅଟକାଉଛି  । ଅଣ ମୌସୁମୀ ସମୟରେ ମହାନଦୀର ଉପର ମୁଣ୍ଡରୁ ଯେତିକି ପାଣି ଆସିବା କଥା ତାହା ଆସୁ ନାହିଁ । ଛତିଶଗଡ ସରକାର ଉପରେ ଚାପ ପ୍ରୟୋଗ କରି ପାଣି ଆଣିବାକୁ ପଡିବ । ଓଡିଶାର ସ୍ୱାର୍ଥ ସହ ସାଲିସ କରିବାକୁ ଦିଆ ଯିବ ନାହିଁ  ।   ରାଜ୍ୟ ସରକାର ହୀରାକୁଦର ତଳ ମୁଣ୍ଡରେ ବୁନ୍ଦାଏ ପାଣି ରଖିବାର ବ୍ୟବସ୍ଥା କରି ନାହାନ୍ତି ।  : ଧର୍ମେନ୍ଦ୍ର 

ସମ୍ବଲପୁର ଠାରେ ମୋଦି ଶାସନର ଚାରି ବର୍ଷ ପୁର୍ତ୍ତୀ  

ହଜାରେ କୋଟି ଟଙ୍କା ବ୍ୟୟରେ ବରଗଡ ଜିଲ୍ଲାରେ କୃଷି ବର୍ଜ୍ୟରୁ ଇନ୍ଧନ ଉତ୍ପାଦନ  

କାରଖାନା କାମ ଖୁବ ଶୀଘ୍ର ଆରମ୍ଭ ହେବ  – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ ଗୌରାଙ୍ଗ ଦାଶ   – ସମ୍ବଲପୁର ଠାରେ ମୋଦି ଶାସନର ଚାରି ବର୍ଷ ପୂର୍ତି ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ହଜାରେ କୋଟି ଟଙ୍କା ବ୍ୟୟରେ ବରଗଡ ଜିଲ୍ଲାରେ କୃଷି ବର୍ଜ୍ୟରୁ ଇନ୍ଧନ ଉପôାଦନ କାରଖାନା କାମ ଖୁବ ଶୀଘ୍ର ଆରମ୍ଭ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଜମି ଦେବାରେ ବିଳମ୍ବ କରି ଅଳ୍ପ ଦିନ ତଳେ ଜମି ଦେଇଛନ୍ତି । ପରିବେଶ ଅନୁମତି ସହ  ଆନୁଷଙ୍ଗିକ ପ୍ରସ୍ତୁତି ସରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବରଗଡ ଠାରେ ଏହି ପ୍ରକଳ୍ପ ଦେଶର ଏପରି ପ୍ରଥମ ପ୍ରକଳ୍ପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶକୁ ଶକ୍ତି ଦୃଷ୍ଟିରୁ ସୁରକ୍ଷିତ କରିବାକୁ ହେଲେ କୃଷି ବର୍ଜ୍ୟ, ଜଙ୍ଗଲଜାତ ବର୍ଜ୍ୟ ଓ ସହରାଂଚଳର ବର୍ଜ୍ୟ ବସ୍ତୁରୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଇନ୍ଧନ ଉତ୍ପାଦନ  ଉଦ୍ୟମକୁ ପଶ୍ଚିମ ଓଡିଶାରେ ଆହୁରି କ୍ରିୟାଶୀଳ କରାଯିବ ବୋଲି ସାମ୍ବାଦିକ ମାନଙ୍କ ଉତରରେ ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରୋଇ ଧୁଆଁ କାରଣରୁ ରୋଗ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ  ଉଜ୍ୱଳା ଯୋଜନା ସଠିକ କ୍ରିୟାନ୍ୱୟନ କାରଣରୁ ପଶ୍ଚିମ ଓଡିଶାର ଜିଲ୍ଲା ମାନେ ସର୍ବାଧିକ ଲାଭବାନ ହୋଇଛନ୍ତି ।  ମୋଦି ଶାସନକୁ ଆସିବା ପୂର୍ବରୁ ପଶ୍ଚିମ ଓଡିଶାରେ ୧୨ରୁ ୧୫ ପ୍ରତିଶତ ଘରେ ଏଲପିଜି ଥିବା ବେଳେ ଆଜି ଦିନରେ ସମ୍ବଲପୁରରେ ୫୦, ଝାରସୁଗୁଡାରେ ୬୫, ବରଗଡରେ ୩୭, ବଲାଙ୍ଗୀରରେ ୪୮, ବୌଦ୍ଧରେ ୪୩ ଓ ସୋନପୁରରେ ୫୨ ପ୍ରତିଶତ  ଘରେ ଏଲପିଜି ପହଂଚି ସାରିଛି । 

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡା ବିମାନ ବନ୍ଦର କୌଣସି ବି ମହୁର୍ତରେ କାର୍ଯ୍ୟକାରୀ ହୋଇ ପାରେ । ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟର ଅନୁମତି ମିଳି ସାରିଛି ।  ରନ ବେ ର କିଛି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଉଡାନ ଯୋଜନାରେ ବିମାନ ଉଡିବ । ମାତ୍ର ଝାରସୁଗୁଡାକୁ ବଡ ଉଡାଜାହାଜ  ଯାତାୟାତ କରିବାର ବ୍ୟବସ୍ଥା ପାଇଁ ସେ ବିଭିନ୍ନ ବେସକାରୀ ବିମାନ ଚଳାଚଳ କମ୍ପାନୀଙ୍କ ସହ ସେ କଥା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ  ଶ୍ରୀ ପ୍ରଧାନ ମୋଦି ସରକାରଙ୍କ ନୀତି ସଂସ୍କାର ଯୋଗୁ ଚତୁର୍ଦଶ ଅର୍ଥ କମିଶନ, ଖଣି ଇ-ନିଲାମୀ , ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ, ଜିଏସଟି, ଆକାଂକ୍ଷୀ ଜିଲ୍ଲା ଆଦିରେ ଓଡିଶା ଲାଭବାନ ହୋଇଛି  ବୋଲି କହିଛନ୍ତି । 

ଓଡିଶାରେ ରେଳପଥ. ଜଳପଥ, ଜାତୀୟ ରାଜପଥ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୟୁପିଏ ସରକାର ତୁଳନାରେ ଯଥେଷ୍ଟ ଅଧିକ ଅର୍ଥ ଗତ ଚାରିବର୍ଷରେ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ସ୍ମାର୍ଟ ସିଟି ଯୋଜନା, ପାରାଦୀପ ବନ୍ଦର, ନାଲକୋ, ଏମସିଏଲ, ସେଲ,  ଏନଟିପିସି, ତାଳଚେର ସାର କାରଖାନା ପୁନରୁଦ୍ଧାର ରେ ପ୍ରଚୁର ଅର୍ଥ ବିନିଯୋଗ  ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ପାରାଦୀପ ବିଶୋଧନାଗାର ନିର୍ମାଣ ପରେ  ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ,ଉର୍ଜା ଗଙ୍ଗା, ଘରେ ଘରେ ପାଇପ ଯୋଗେ ଗ୍ୟାସ, ଭଦ୍ରକରେ ଟେକ୍ସଟାଇଲ ପାର୍କ ପରି କାର୍ଯ୍ୟ ହାତକୁ ନିଆ ଯାଇ କେବଳ ପେଟ୍ରୋଲିୟମ ବିଭାଗର ୧,୩୪୭୮୦ କୋଟି ପୁଂଜି ନିବେଶ ହେଉଛି ବୋଲି ସେ କହିଛନ୍ତିା 

ମୋଦି ସରକାରଙ୍କ ଯୋଜନା ସାଧାରଣ ଗରୀବ ଲୋକଙ୍କ ଘରେ ସିଧା ସିଧା ପହଂଚିଛି ।  ପ୍ରଧାନମନ୍ତ୍ରୀ  ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ, ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି, ସ୍ୱଚ୍ଛ ଭାରତରେ ପାଇଖାନା, ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟ ବୀମା ଓ କୃଷି ବୀମା ଯୋଜନାରେ ମୋଦି ସରକାର ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 

Leave A Reply

Your email address will not be published.