ଭୀମ ମଣ୍ଡଳୀକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଓ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ।

0

ରେଢାଖୋଲରେ ସାଂସଦ ସୁରେଶ ପୂଜାରୀଙ୍କ ଦଳୀୟ କର୍ମୀଙ୍କ ସହ ଆଲୋଚନା।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବରଗଡ ସାଂସଦ ସୁରେଶ ପୂଜାରୀ ସମ୍ବଲପୁର  ଜିଲା ରେଢାଖୋଲ ଅଞ୍ଚଳ  ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହିତ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉପରେ ବୈଠକ କରି ଆଲୋଚନା କରି ଥିଲେ। ସେ ପ୍ରଥମେ ଭୀମ ମଣ୍ଡଳୀରେ ୧୦/୧୫  ଶହ ବର୍ଷ ପୂର୍ବେ ଖୋଦିତ ହୋଇ ଥିବା ଶିଳା ଲେଖା ଗୁଡିକ ଗବେଷଣା କରା ଯାଇ ପର୍ଯ୍ୟଟନ କ୍ଷେତ୍ର ଭାବରେ କିପରି ମାନ୍ୟତା ଦିଆ ଯାଇ ପାରିବ ସେ ନେଇ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ତ୍ୱରାନ୍ୱିତ କରାଯିବ ।ସେହିପରି ସମ୍ବଲପୁରରୁ ଅନୁଗୋଳ ୫୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲି ଥିବାରୁ  ଅସନ୍ତୋଷ ବ୍ୟକ୍ତ କରିଥିଲେ।ରାସ୍ତାଟି ନିର୍ମାଣ କାର୍ଯ୍ୟ ମନ୍ଥରତା ସହ ପ୍ରଦୂଷଣ ବଢି ଚାଲିଛି। ହେଲେ ସମ୍ବଲପୁର ରୁ ଅନଗୁଳ ରାସ୍ତାର ଏନଏଚଆଇ ଅଧିକାରୀଙ୍କ ସହ କଥା  ଯଥା ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ଆବଶ୍ୟକତା ରହିଛି ବୋଲି ସାଂସଦ ପୂଜାରୀ ପ୍ରକାଶ କରିଥିଲେ। ଏହି ଅବସରରେ ବିଜେପି ରାଜ୍ୟ ସକ୍ରିୟ ବରିଷ୍ଠ ସଦସ୍ୟ ଗୋବିନ୍ଦ ଅଗ୍ରୱାଲ,ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ପ୍ରତାପ ପ୍ରଧାନ,ସମ୍ବଲପୁର ସାଂସଦଙ୍କ ରେଢାଖୋଲ ପ୍ରତିନିଧି ତଥା ସମାଜସେବୀ ଶିବ ରାମ ସାହୁ, ନଗର ସଭାପତି ରାମାନୁଜ ମହାପାତ୍ର, ମଣ୍ଡଳ ସଭାପତି ସରୋଜ ପ୍ରଧାନ ପ୍ରମୁଖ ଦଳୀୟ କର୍ମୀମାନେ ଆଲୋଚନାରେ ସାମିଲ

Leave A Reply

Your email address will not be published.