ରାୟଗଡ(ସରୋଜ ସାହୁ) : ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ପାଇଁ ଯୋଜନା ହେଉଥିବା ସମୟରେ କ୍ରାଇମ ବ୍ରାଂଚର ଏସଟିଏଫ ଟିମ୍ ହାତରେ ଧରା ପଡିଛି ଜଣେ ରତ୍ନ ପଥର ଚୋରା ବେପାରୀ । ଏଥି ସହ ବିପୁଳ ପରିମାଣରେ ମୂଲ୍ୟବାନ ରତ୍ନ ପଥର ଜବତ କରିଛି କ୍ରାଇମ ବ୍ରାଂଚ ଏସଟିଏଫ । ସୂଚନା ମୁତାବକ ରାୟଗଡା ସହର ସ୍ଥିତ ଜଗନ୍ନାଥ କଂପ୍ଲେକ୍ସର ଏକ ଘରେ ଚୋରାରେ ବିପୁଳ ପରିମାଣରେ ରତ୍ନ ପଥର ଗଛିତ ଥିବା ନେଇ କ୍ରାଇମବ୍ରାଂଚ ଏସଟିଏଫ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା । ଏସଟିଏଫର ସବଇନିସପେକ୍ଟର ଜଗନ୍ନାଥ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ ଉକ୍ତ ସ୍ଥାନରେ ଚଢଉ କରିଥିଲେ । ଚଢଉ ସମୟରେ ରତ୍ନ ପଥର ଚୋରା ଚାଲାଣ କରିବା ନିମନ୍ତେ ଅଭିଯୁକ୍ତ ୪୮ ବର୍ଷିୟ ରାୟଗଡ ଜିଲ୍ଲାର ଆମ୍ବଦୋଳା ଥାନା ଅନ୍ତର୍ଗତ ବିଜବଣ୍ଡଲି ଗ୍ରାମର ଜିତେନ୍ଦ୍ର କୁମାର ବେହେରା ସେ ଉକ୍ତ ଘରେ ୨ଟି ଅଖା ବସ୍ତାରେ ୨୦ ପ୍ରକାରର ବିଭିନ୍ନ ମୂଲ୍ୟବାନ ରତ୍ନପଥର ରଖିଥିବା ଜଣାପଡିଥିଲା । ଏସଟିଏଫ ଟିମ ୨ଟି ଅଖା ବସ୍ତାରେ ପ୍ରାୟ ୧୫୧ କିଲୋ ରତ୍ନପଥର ଜବତ କରିଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟିରୁ ଉର୍ଧ୍ଵ ଟଙ୍କା ହେବ ବୋଲି କ୍ରାଇମ ବ୍ରାଂଚ ଟିମ ଅନୁମାନ କରୁଛି । ରତ୍ନପଥର ଚୋରାଚାଲାଣ ମାମଲାରେ ସଂପୃକ୍ତ ଥିବା ଜିତେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିକୁ କ୍ରାଇମ ବ୍ରାଂଚ ଟିମ ରାୟଗଡ ଥାନା କେସ ନଂ ୩୯୦ ୟୁ/ଏସ, ୩୭୯/୪୧୧ ଆଇପିସି ଆର/ଡବ୍ଲୁ, ଧାରା ୧୨ରେ ଗିରଫ କରି ରାୟଗଡା ଥାନାରେ ଅଟକ ରଖିଛି ଓ ଟୋୟଟା ଗ୍ଲେଞ୍ଜ କାର (ନଂ. ଓଡି ୧୮ ଜି ୩୩୫୫)କୁ ଜବତ କରିଛନ୍ତି । ଏହି ରତ୍ନପଥର ଚୋରା ଚାଲାଣରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଜିତେନ୍ଦ୍ର ବେହେରାଙ୍କୁ କ୍ରାଇମ ବ୍ରାଂଚ ଏସଟିଏଫ ଟିମ ଅଧିକ ପଚରା ଉଚରା କରୁଥିବା ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ ସର୍ବଣା ବିବେକ ଏମ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post