ବୀରମହାରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ” ମୋ ସ୍କୁଲ ଅଭିଯାନ ” କାର୍ଯ୍ୟକ୍ରମ ।

0

 

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଆଜି “ମୋ ସ୍କୁଲ ଅଭିଯାନ “ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସୁବୀଣା ମିଶ୍ର ଓ ସି ଆର ସି ସି ଭାବଗ୍ରାହୀ ମେହର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ମତ ରଖିଥିଲେ ଏବଂ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟକ୍ରମ ସକାଶେ କିଛି ଆଥିର୍କ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ   ରଘୁନାଥ ଖଣ୍ଡାୟତ ସଭାପତିତ୍ବ କରିଥିବା ବେଳେ ଗିରିଜା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ‘ମୋ ସ୍କୁଲ ଅଭିଯାନ ‘ ନାମରେ ଏକ କମିଟି ଗଠନ କରି ଏଥିରେ ନିରଞ୍ଜନ ମିଶ୍ର ସଭାପତି ଓ ସୁବୀଣା ମିଶ୍ର ସମ୍ପାଦକ ଭାବେ ଚୟନ କରି ଏକ ଯୁଗ୍ମ ପାସ ବୁକ ଖୋଲିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ସାହୁ, ସୁଦର୍ଶନ ଭୋଇ, ନିରଞ୍ଜନ ମିଶ୍ର, ଗିରିଜା ଶଙ୍କର ପଣ୍ଡା, ରଘୁନାଥ  ଖଣ୍ଡାୟତ ,ମେଘନାଦ ଭୋଇ, ରାଜେନ୍ଦ୍ର ସୁନା, ଅରବିନ୍ଦ ରଣା, ଲକ୍ଷ୍ମୀ ବେହେରା, ଉପେନ୍ଦ୍ର ଡାଙ୍ଗ, ଧନୁ ପଧାନ, ଲକ୍ଷ୍ମୀ ନାରାୟଣ ସାହୁ, ଅରବିନ୍ଦ ଭୋଇ,  ମନ୍ଦାକିନୀ ନାଏକ,ସସ୍ମିତା ପୂଜାରୀ, ସସ୍ମିତା ପୁରୋହିତ ପ୍ରମୁଖ  କମିଟିର  କାର୍ଯ୍ୟକାରୀ ସଦସ୍ଯ ଭାବେ ଉପସ୍ଥିତ ରହିଥିଲେ । ଶେଷରେ ଶିକ୍ଷକ ମେଘନାଦ ଭୋଇ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.