ଚାଷୀ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦକୁ ପଦ୍ମପୁରରେ ସମର୍ଥନ ।

0

ପଦ୍ମପୁର- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ କୄଷକ ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀ  ସୀମାରେ ଦୀର୍ଘ ୧୨ ଦିନ ହେବ ଚାଷୀ ମାନେ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲୋଚନା ବାରମ୍ବାର ହେଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚାଷୀଙ୍କ ଏହି ଧାରଣାକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆସନ୍ତା କାଲି ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ମହୁଲପାଲି ଠାରେ ରାସ୍ତା ଅବରୋଧ କରାଯିବ ଏବଂ ପଦ୍ମପୁର ସହରର ସକାଳ ୬ଘଣ୍ଟା ସମୟରୁ ଅପରାହ୍ନ ୩ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଜରୁରୀ ସେବା ଗୁଡିକ ଖୋଲା ରହିବ ।

Leave A Reply

Your email address will not be published.