ଭୁବନେଶ୍ୱର (ଶାସକ ପ୍ରଶାସକ): ବିଜେଡିରୁ ବହିସ୍କୃତ ବିଧାୟକ ଡ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାୟୁକ୍ତ ଦ୍ୱାରା ତଦନ୍ତ ବା ଅନୁସନ୍ଧାନ ପାଇଁ ସୁପାରିଶ କରିଛନ୍ତି । ଜଣେ ରାଜନେତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ ଲୋକାଯୁକ୍ତ ତଦନ୍ତ ହେବାରେ ଏହା ହେବ ରାଜ୍ୟରେ ପ୍ରଥମ ମାମଲା | ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ସାଧାରଣ ଜୀବନରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଶୁଣା | ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦୁର୍ନୀତି ବିରୋଧରେ ଆଉ ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି |
Sign in
Sign in
Recover your password.
A password will be e-mailed to you.