ବୀରମହାରାଜପୁରେ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ।

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ.ବି ଆର ଆମ୍ବେଦକର ସେବା ସଂଘ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ . ଭୀମରାଓ  ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥି, ଆର ପି ଆଇ ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲି ମୁଖ୍ୟ ବକ୍ତା, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଉଲୁଣ୍ଡା ଆମ୍ବେଦକର ସେବା ସଂଘ ସଭାପତି ଅରୁଣ ମହାନନ୍ଦ ,ବି ଏସ ପି ଜିଲ୍ଲା ସଭାପତି ରବୀନ୍ଦ୍ର କୁମ୍ଭାର, ସଂଘର ଉପଦେଷ୍ଟା ଲୋକନାଥ ସାଗର, ସମାଜସେବୀ ମୀନକେତନ ମହାକୁର, ନିହାଲ ସିଂ, ଶରତ ବେହେରା, ମୋହନ ମହାନନ୍ଦ, ଶମ୍ଭୁ ପ୍ରସାଦ ସରଭଙ୍କ  ମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅତିଥି ମାନେ ଡ. ଆମ୍ବେଦକରଙ୍କ ପ୍ରଚଣ୍ଡ ପ୍ରତିଭା, ବିଚାର ଧାରା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଘର ସଭାପତି ଘନଶ୍ୟାମ ଭୋଇ ସଭାରେ ଅଧ୍ୟକ୍ଷତା କରିଥିଲେ । ରାଜକୁମାର ବାଦୀ ସଭାର ସଂଯୋଜନା ଓ ଅଭିମନ୍ୟୁ ବଗର୍ତ୍ତୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଂଘର ଉପସଭାପତି ଜ୍ୟୋତିର୍ମୟ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାରେ ଅସହାୟ ବୃଦ୍ଧ ବୃଦ୍ଧଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଏଥି ସହ ଛାତ୍ରଛାତ୍ରୀମାନଙ୍କୁ କମ୍ପାସ, ଖାତା, ଡଟ୍ ପେନ୍ ଆଦି ପ୍ରଦାନ କରାଯାଇଥିଲା । ନିକଟରେ ଅନଲାଇନ୍ ଯୋଗେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ର ଆଦର୍ଶ ବଗର୍ତ୍ତୀଙ୍କୁ ମଧ୍ୟ ସଭାରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.