ସାହାସପୁର ସୋସାଇଟିରେ ଧାନକିଣା ଆରମ୍ଭ ହେଲା। ସରକାରଙ୍କ ଶତ ପ୍ରତିଶ୍ରୁତି ପରେ ମଧ୍ୟ ରୋକା ଯାଇ ପାରୁନାହିଁ କଟନୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ସରକାରଙ୍କ ନିୟମ ଅନୁଯାୟୀ ଧାନକିଣା ଆରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ସାହାସପୁର ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ପ୍ରକ୍ରିୟା ଆଜି ଆରମ୍ଭ ହୋଇଥିବା ସୂଚନା ମିଳିଛି। ହେଲେ ସରକାରଙ୍କ ଶତ ପ୍ରତିଶ୍ରୁତି ପରେ ମଧ୍ୟ କଟନୀ ବନ୍ଦ ହୋଇପାରୁ ନାହିଁ। ଯଦିବା ଏ ବିଷୟରେ ଚାଷୀ ଖୋଲାଖୋଲି କିଛି କହୁ ନାହାଁନ୍ତି, କିନ୍ତୁ କ୍ବିଣ୍ଟାଲ ପ୍ରତି ୩ କେଜି ଧାନ କଟନୀ ହେଉଥିବା ଗୋପନୀୟ ସୂତ୍ରରୁ ପ୍ରକାଶ। 

ସୋସାଇଟି ସମ୍ପାଦକ ନିତ୍ୟାନନ୍ଦ ଖିଚିଣ୍ଡିଆଙ୍କ ସୂଚନା ଅନୁସାରେ, ୧୦ ଜଣ ଚାଷୀ ୧୩୬୦ ବସ୍ତା ଅର୍ଥାତ୍ ୫ ଶହ କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ। ସାହାସପୁର ଗ୍ରାମର ସ୍ନେହଳତା ପଟେଲ, ନିରୂପମା ନାଏକ, ଧନେଶ୍ୱର ପଟେଲ, ବେଦବ୍ୟାସ ରଣା, ଚତୁର୍ଭୁଜ କିଷାନ, ମହେନ୍ଦ୍ର ମୁଣ୍ଡା,ଚନ୍ଦନୀମାଲ ଗ୍ରାମର ସୁଶାନ୍ତ ନାଏକ, ଦ୍ଵାରିକା ନାଏକ ଏବଂ ନାଏକ ବନ୍ଧପାଳି ଗ୍ରାମର ଗୋକୁଲ କଉଡ଼ି ଆଜି ଧାନ ବିକ୍ରି କରିଛନ୍ତି ।

Leave A Reply

Your email address will not be published.